ସୁନ୍ଦରଗଡ଼ : ଅନ୍ତର୍ଜାତୀୟ ଯୋଗ ଦିବସ ପ୍ରସ୍ତୁତି ଶେଷ।। ଭବାନୀ ଭବନ ଖେଳ ପଡିଆ ଏବଂ ବିରସା ମୁଣ୍ଡା ହକି ଷ୍ଟାଡିୟମରେ ହେବ ଭବ୍ୟ ଆୟୋଜନ।
ସୁନ୍ଦରଗଡ଼ : ୧୯/୦୬ (ସତ୍ୟାନ୍ୟୁଜ) ଜୁନ୍ ମାସ ୨୧ ତାରିଖ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଦେଶ ବ୍ୟାପି ଏହି ଦିନ ପାଳିତ ହେବ ଅନ୍ତର୍ଜାତୀୟ ଯୋଗ ଦିବସ।
ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲା ରେ ମଧ୍ୟ ପାଳିତ ହେବାକୁ ଯାଉଛି ଏହି ଦିବସ। ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟ ରେ ପହଞ୍ଚିଛି। ଜିଲ୍ଲା ସଦର ମହକୁମା ର ଭବାନୀ ଭବନ ଖେଳ ପଡ଼ିଆ ଠାରେ ଏହି କାର୍ଯକ୍ରମ ଅନୁଷ୍ଠିତ ହେବ। ଏଥିରେ ପ୍ରାୟ ୫୦୦ ଲୋକ ଯୋଗ ଦେବାର ଯୋଜନା ରହିଛି। ସେହିପରି ରାଉରକେଲା ମହାନଗର ନିଗମ ଅଞ୍ଚଳ ଏବଂ ରାଉରକେଲା ର ଦୁଇଟି ପ୍ରମୁଖ ସ୍ଥଳ ଯଥା – ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ ଓ ବେଦବ୍ୟାସ, ସମସ୍ତ ବ୍ଲକ୍ ର ମୁଖ୍ୟାଳୟ, ସମସ୍ତ ପୌରପାଳିକା ଅଞ୍ଚଳ ମାନଙ୍କରେ ଏହି ଯୋଗ ଦିବସ ପାଳନ କରାଯିବାର ଯୋଜନା ରହିଛି। ଏହି ଅବସର ରେ ଯୋଗ ଶିବିର ଆୟୋଜିତ ହେବ। ଏହା ବ୍ୟତୀତ ଜିଲ୍ଲା ର ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ମାନଙ୍କରେ ମଧ୍ୟ ଏହି ଦିବସ ପାଳନ କରାଯିବ। ଏହି ଅବସର ରେ ନିଜ ନିଜ ଅଞ୍ଚଳ ରେ ହେଉଥିବା ଏହି କାର୍ଯ୍ୟକ୍ରମ ରେ ଜନସାଧାରଣ ମାନେ ମଧ୍ୟ ଯୋଗ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।