ବଣାଇ : କୁଳିପୋଷ ଫରେଷ୍ଟ ରେଞ୍ଜ ରେ କୁମ୍ଭୀର ଆତଙ୍କ।। ନାଳରେ କୁମ୍ଭୀର ବୁଲୁଥିବା ସୂଚନା ଦେଲେ ଗ୍ରାମବାସୀ।। ବନ ବିଭାଗ କରୁଛି ଖୋଜାଖୋଜି।

0 83

ବଣାଇ:୧୫/୭(ସତ୍ୟାନ୍ୟୁଜ) ବଣାଇ ଉପଖଣ୍ଡ କୁଳିପୋଷ ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଦେଖା ଦେଇଛି କୁମ୍ଭୀର ଆତଙ୍କ। ଗଣିଘସା ଅଞ୍ଚଳର ଏକ ନାଳରେ କୁମ୍ଭୀର କୁ ଦେଖି କିଛି ଗ୍ରାମବାସୀ କୁଳି ପୋଷ ରେଞ୍ଜ କର୍ମଚାରୀ ଙ୍କୁ ଖବର ଦେଇଥିଲେ। ପରେ ବନ ବିଭାଗ କର୍ମଚାରୀ ସେଠାରେ ପହଁଚି ନାଳ ପାଖରେ ଗ୍ରାମ ବାସୀଙ୍କ ସହିତ ଖୋଜା ଖୋଜି ଆରମ୍ବ କରିଛନ୍ତି। ଏପର୍ଯ୍ୟନ୍ତ କୁମ୍ଭୀର ର କୌଣସି ପତ୍ତା ମିଳି ପାରି ନାହିଁ।। ନାଳର ଦୁଇ ପଟେ ଫରେଷ୍ଟ ଟିମ୍, ଗ୍ରାମବାସୀ ଖୋଜା ଖୋଜି ଜାରି ରଖି ଛନ୍ତି। ନାଳରେ କୁମ୍ଭୀର ଚାଲି ଆସି ଥିବା ଖବର ପାଇ ଉକ୍ତ ଅଞ୍ଚଳରେ ଲୋକଙ୍କ ଭିଡ଼ ଲାଗି ରହିଛି।

Leave A Reply

Your email address will not be published.