ରାଉରକେଲା : ଆସନ୍ତାକାଲି ଘୋଷ ଯାତ୍ରା।। ସହର ଠାରୁ ନେଇ ପୁରପଲ୍ଲୀ ପର୍ଯ୍ୟନ୍ତ ଚଳଚଞ୍ଚଳ।। ସହରର ରଥଯାତ୍ରା ପାଇଁ ୧୩ ପ୍ଲାଟୁନ୍ ପୋଲିସ ମୁତୟନ।

0 72

ରାଉରକେଲା: ୧୫/୭
(ସତ୍ୟାନ୍ୟୁଜ) ବହୁ ପ୍ରତିକ୍ଷାର ଅନ୍ତ ଘଟିଲା। ଆସନ୍ତାକାଲି ଘୋଷଯାତ୍ରା ଥିବା ବେଳେ ଆଜି ଆସିଛି ଆଜ୍ଞାମାଳ। ସିଂହଦ୍ବାର ସମ୍ମୁଖକୂ ଆସି ଯାଇଛି ୩ ରଥ। କାଲି ଭାଇଭଉଣୀଙ୍କ ସହ ରଥାରୁଢ଼ ହେବେ ଜଗତର ନାଥ ଜଗନ୍ନାଥ। କେବଳ ପୁରୀ ନୁହେଁ , ରାଜ୍ୟ ର ବିଭିନ୍ନ ସ୍ଥାନରେ ରଥ ଯାତ୍ରା ପାଇଁ ଉତ୍ସବମୁଖର ପରିବେଶ ରହିଛି। ରାଉରକେଲା ସହର ଏବଂ ଆଖପାଖ ଅଞ୍ଚଳରେ ସମୁଦାୟ ୧୧୨ ଟି ସ୍ଥାନରେ ରଥଯାତ୍ରା ହେଉଛି। ରାଉରକେଲାରେ ୫୭ ଟି ସ୍ଥାନରେ ରଥଯାତ୍ରା ହେଉଥିବା ବେଳେ ବଣାଇ ଉପଖଣ୍ଡରେ ୫୫ ଟି ସ୍ଥାନରେ ରଥଯାତ୍ରା ହେଉଛି। ୩ ନମ୍ୱର୍ ସେକ୍ଟର ଜଗନ୍ନାଥ ମନ୍ଦିର , ହନୁମାନ ବାଟିକା , ଉଦିତ ନଗର , ବାସନ୍ତୀ କଲୋନୀ , ତାରିଣୀ ମନ୍ଦିର ଆଦି ରଥଯାତ୍ରାରେ ପ୍ରବଳ ଭିଡ ହେଉ ଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରା ଯାଉଛି। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ରଥଯାତ୍ରା ଦିନ ସହରରେ ୧୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରା ଯାଉଛି।

Leave A Reply

Your email address will not be published.