ରାଉରକେଲା : ଅଟୋ ଓଲଟି ପଡ଼ିବାରୁ ଗୋଟିଏ ପରିବାରର ୫ ସଦସ୍ୟ ଆହତ।। ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଦୁର୍ଘଟଣା।

0 47

ରାଉରକେଲା : ୧୫/୭
(ସତ୍ୟାନ୍ୟୁଜ) ଅଟୋ ଓଲଟି ପଡ଼ିବାରୁ ଗୋଟିଏ ପରିବାରର ପାଞ୍ଚ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ପ୍ରଥମେ ବିରମିତ୍ରପୁର ହସ୍ପିଟାଲ୍ ନିଆ ଯାଇଥିଲା। ମାତ୍ର ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାଉରକେଲା ପଠା ଯାଇଛି। ଏହି ଦୁର୍ଘଟଣା ଘଟିଛି ୧୪୩ ନମ୍ୱର୍ ଜାତୀୟ ରାଜପଥ କୁମଝରିଆ ନିକଟରେ । ଗୋଟିଏ ପରିବାର ର ପାଞ୍ଚଜଣ ସଦସ୍ୟ ରାଉରକେଲାରୁ ବିରମିତ୍ରପୁର ର ବାରାବଂସ ଯାଉଥିବା ବେଳେ ସାମ୍ନା ରୁ ହଠାତ୍ ଗାଈ ଆସି ଯିବାରୁ ଅଟୋ ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକମାନେ ଆହତ ଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ ।

Leave A Reply

Your email address will not be published.