ସୁନ୍ଦରଗଡ଼ : ନିୟନ୍ତ୍ରଣ ହରାଇ ବୋଲେରୋ ମାଡି ଯିବାରୁ ଦୁଇ ଯୁବକଙ୍କ ମୃତ୍ୟୁ।। ଗାଡ଼ିରେ ଥିବା ୬ ଜଣ ଆହତ।। ଦୁଇ ଗୁରୁତର।

0 895

ସୁନ୍ଦରଗଡ଼ : ୧୯/୬ (ସତ୍ୟାନ୍ୟୁଜ) ମୃତ୍ୟୁ ଏମିତିବି ଆସେ। ଗଛ ତଳେ ବସି ଦୁଇ ବନ୍ଧୁ ବସ କୁ ଅପେକ୍ଷା କରିଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ବୋଲେରୋ ଗାଡି ମାଡି ଆସି ଦୁଇ ଜଣଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ମୃତ୍ୟୁ ବରଣ କରିଥିଲେ। ମୃତକ ହେଲେ ୩୦ ବର୍ଷୀୟ ମଙ୍ଗଳ ପ୍ରଧାନ ଏବଂ ୩୫ ବର୍ଷୀୟ ବିଜୟ କିଷାନ। ମଙ୍ଗଳବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ସୁନ୍ଦରଗଡ ଧାରୁଆଡ଼ିହି ଥାନା ଅନ୍ତର୍ଗତ ଘଣ୍ଟିପୁର ନିକଟରେ ଘଟିଛି।। ଅପର ପକ୍ଷରେ ବୋଲେରୋ ଗାଡିଟି ଦୁଇ ଜଣଙ୍କ ଉପରେ ମାଡି ଯିବା ପରେ ନିୟନ୍ତ୍ରଣ ହରାଇ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ଗାଡ଼ିରେ ବସିଥିବା ୬ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସମସ୍ତଙ୍କୁ ସୁନ୍ଦରଗଡ଼ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପୋଲିସ ଦୁର୍ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.