ରାଉରକେଲା : କେ ବଳଙ୍ଗ ଥାନା ବିଞ୍ଜାରବେଡାରେ ଭାଲୁ ଆକ୍ରମଣରେ ସ୍ୱାମୀ , ସ୍ତ୍ରୀ ଗୁରୁତର।। ଅଧିକ ଚିକିତ୍ସା ଲାଗି ରାଉରକେଲା ସ୍ଥାନାନ୍ତର।

0 604

ରାଉରକେଲା : ୧୮/୬ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କେ ବଲlଙ୍ଗ ଥାନା ଅନ୍ତର୍ଗତ ବିଞ୍ଜାରବେଡା ଗ୍ରାମରେ ଆଜି
ଭାଲୁ ଆକ୍ରମଣରେ ସ୍ୱାମୀ ସ୍ତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଜାଲେଣି କାଠ ଆଣିବା ପାଇଁ ଜଙ୍ଗଲକୁ ଯାଇ ଥିବା ବେଳେ ହଠାତ ଜଙ୍ଗଲ ଭିତରୁ ଦୁଇଟି ଭାଲୁ ବାହାରି ଆସି ଥଲେ। କିଛି ବୁଝି ପାରିବା ପୂର୍ବରୁ ଉଭୟ ସ୍ବାମୀ ମନ ମଣ୍ଡା ଓ ତାଙ୍କର ପତ୍ନୀ ବେଲ ମୁଣ୍ଡାଙ୍କୁ ଭାଲୁ ଆକ୍ରମଣ କରି କ୍ଷତାକ୍ତ କରି ଦେଇଥିଲା। ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମୁହଁ , ହାତ , ମୁଣ୍ଡକୁ ଭାଲୁ କାମୁଡ଼ି ଦେବାରୁ ସେମାନେ ଜୀବନ ବିକଳରେ ଜଙ୍ଗଲ ଭିତରୁ ଦୌଡ଼ି ପଳାଇ ଆସିଥିଲେ। ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସି ଥିଲେ। ଉଭୟ ସ୍ୱାମୀ , ସ୍ତ୍ରୀଙ୍କୁ ଉଦ୍ଧାର କରି ଲହୁଣିପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ପାଇଁ ପଠାଇଥିଲେ। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନନ୍ତରିତ କରାଯାଇଅଛି।

Leave A Reply

Your email address will not be published.