ବଣାଇ : ବଣାଇ ଉପ କାରାଗାର ରେ ସଜ୍ଜା କାଟୁ ଥିବା ଜଣେ କଏଦୀଙ୍କ ମୃତ୍ୟୁ।। ବଣାଇ ପୋଲିସର ତଦନ୍ତ ଜାରି।

0 344

ବଣାଇ : ୧୮/୬ (ସତ୍ୟାନ୍ୟୁଜ) ବଣାଇ ଉପ କାରାଗାରରେ ସଜ୍ଜା କାଟୁ ଥିବା ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୁରୁଣ୍ଡିଆ ଥାନା ଅଞ୍ଚଳର ଫିରୁ ନାମକ ଜଣେ ୫୬ ବର୍ଷୀୟ ବୟସ୍କ ବ୍ୟକ୍ତି। ୫ ବର୍ଷ ସଜା କାଟୁ ଥିବା ବେଳେ ସୋମବାର ରାତିରେ ଜେଲ ଭିତରେ ତାଙ୍କର ମୃତ୍ୟୁ ହୋଇ ଯାଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ତାଙ୍କର କୌଣସି ରୋଗ ନଥିଲା। ଫିରୁଙ୍କ ମୃତ୍ୟୁ ନେଇ ଜେଲ ରୁ ସୂଚନା ପାଇବା ପରେ ସେମାନେ ଆସିଥିବା କହିଛନ୍ତି। ଗତକାଲି ରାତିରେ ଖାଇ ସାରି ଫିରୁ ତାଙ୍କ ରୁମ ରେ ଶୋଇବାକୁ ଯାଇଥିଲେ। ବୟସ୍କ କଏଦୀ ହୋଇ ଥିବାରୁ ଅନ୍ୟ ମାନଙ୍କ ସହ ତାଙ୍କୁ ଏଆର କାଣ୍ଡିସନ୍ ରୁମ୍ ଦିଆଯାଇଥିଲା। ସେ ଅସୁସ୍ଥ ଥିବା ଆମେ ଜାଣିବା ପରେ ବଣାଇ ଡାକ୍ତର ଖାନା ନେଇଥିଲୁ। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ବୋଲି କହିଛନ୍ତି ବଣାଇ ଉପକାରାଗାର ର ଜେଲର। ଅନ୍ୟ ପକ୍ଷରେ ଏକ ଅପ ମୃତ୍ୟୁ ମାମଲା ରଜ୍ଜୁ କରି ବଣାଇ ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.