୫୭ ବର୍ଷ ପରେ ପଶ୍ଚିମାଞ୍ଚଳ ଡ଼ିଆଇଜି ଙ୍କ ନିଜସ୍ୱ କାର୍ଯ୍ୟାଳୟ ଉଦଘାଟିତ ହେଲା ରାଉରକେଲା ରେ ଭରଚୁଆଲ ମୋଡ଼ ରେ ଉଦଘାଟନ କଲେ ରାଜ୍ୟ ପୋଲିସ ଡିଜି ଅଭୟ ।

0 666

ସତାବନ ବର୍ଷ ପରେ ପଶ୍ଚିମାଞ୍ଚଳ
ଡି ଆଇ ଜି ଅଫିସ ର ନିଜସ୍ୱ କାର୍ଯ୍ୟାଳୟ ଉଦଘାଟିତ ହେଲା ରାଉରକେଲାରେ । ରାଜ୍ୟ ପୋଲିସ ମହାନିର୍ଦେଶକ ଅଭୟ ଏହି ଭବନ କୁ ଭରଚୁଆଲ ମୋଡ଼ ରେ ଉଦଘାଟନ କରିଛନ୍ତି । ୧୯୬୪ ମସିହାରେ ୩ ଟି ଜିଲ୍ଲା ରାଉରକେଲା , ସୁନ୍ଦରଗଡ଼ ଏବଂ କେନ୍ଦୁଝର କୁ ନେଇ ଗଠିତ ହୋଇଥିଲା ପଶ୍ଚିମାଞ୍ଚଳ ଡି ଆଇ ଜି ରେଞ୍ଜ । ସେବେଠାରୁ ଏହି କାର୍ଯ୍ୟାଳୟ ରାଉରକେଲା ଇସ୍ପାତ କାରଖାନାର ଭଡା ଘରେ ଚାଲିଥିଲା ।

ରାଉରକେଲା ପାନ୍ଥ ନିବାସ ନିକଟରେ ରାଜ୍ୟ ପୋଲିସ ହଉସିଂ ବୋର୍ଡ ଦ୍ୱାରା ନିର୍ମିତ ଏହି ଡି ଆଇ ଜି କାର୍ଯ୍ୟାଳୟ ହେବା ଦ୍ୱାରା ଉଭୟ କର୍ମଚାରୀ ଏବଂ ଜନସାଧାରଣ ଉପକୃତ ହେବେ ବୋଲି ପଶ୍ଚିମାଞ୍ଚଳ ଡି ଆଇ ଜି ଜୟ ନାରାୟଣ ପଙ୍କଜ କହିଛନ୍ତି । ଉଦଘାଟନୀ କାର୍ଯ୍ୟକ୍ରମରେ ରାଉରକେଲା ଏସ ପି ମୁକେଶ କୁମାର ଭାମୁ ଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.