ରାଉରକେଲା : ଅଙ୍ଗନବାଡି କେନ୍ଦ୍ରରେ ଟୀକା ନେବା ପରେ ୪ ମାସ ଶିଶୁର ମୃତ୍ୟୁ ଅଭିଯୋଗ।। ଥାନାରେ ରିପୋର୍ଟ ଦେଲେ ପରିବାର ବର୍ଗ।

0 372

ରାଉରକେଲା : ୨୭/୪ (ସତ୍ୟାନ୍ୟୁଜ) ଅଙ୍ଗନବାଡି କେନ୍ଦ୍ରରେ ଟୀକା ନେବା ପରେ ଜଣେ ୪ ମାସ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଘଟିଛି ରାଉରକେଲା ତାରିଣୀ ମନ୍ଦିର ନିକଟ ଖରିଆବାହାଲ ବସ୍ତିରେ। ଅଙ୍ଗନବାଡି କେନ୍ଦ୍ରରେ ଟୀକା ନେବା ପରେ ଶିଶୁଟି ଘରକୁ ଯାଇଥିଲା। ଘରେ ରହିବା ମଧ୍ୟରେ ତାକୁ ଜ୍ୱର ହୋଇଥିଲା। ପରେ ପରିବାର ବର୍ଗ ଶିଶୁ କୁ ନେଇ ହସପିଟାଲ ଯାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଥିଲା। ଟିକାର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.