ମା ତାରିଣୀ ଙ୍କ ପୀଠରେ ଆଜି ହେଉଛି ମହା ନବମୀ ପୂଜା । ଏହି ଅବସରରେ ଅବସରରେ ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ମାତାରିଣୀ । ଏଥିପାଇଁ କେନ୍ଦୁଝର ଜିଲ୍ଲାର ଘଟଗାଁ ମାତାରିଣୀଙ୍କ ପୀଠ ହୋଇ ଉଠିଛି ଚଳଚଞ୍ଚଳ
। ସକାଳୁ ସକାଳୁ ମାତାରିଣୀଙ୍କ ଦର୍ଶନ ପାଇଁ ଭକ୍ତଙ୍କର ଭିଡ ଦେଖିବାକୁ ମିଳିଥିଲା । କୋଭିଡ କଟକଣା ମଧ୍ୟରେ ଶ୍ରଦ୍ଧାଳୁ ମାନେ ଧାଡି ଲଗାଇ ମା ଙ୍କୁ ଦର୍ଶନ କରୁଛନ୍ତି ।ଆଜି ବିଭିନ୍ନ ମଣ୍ଡପରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ, ମାତାରିଣୀଙ୍କ ପୀଠରେ ମହାନବମୀ ପାଳିତ ହେଉଛି । ଦଶହରା ଅବସରେ ସପ୍ତମୀ ଠାରୁ ଦଶମୀ ଯାଏ ଭକ୍ତମାନଙ୍କୁ ମା ସୁନାବେଶରେ ଦର୍ଶନ ଦେଉଛନ୍ତି ମା । ପୀଠ ଦେବୀଙ୍କ ନିକଟରେ ହୋମ,ଯଜ୍ଞ, ଚଣ୍ଡୀପାଠ ଆଦି ସହ ମାଙ୍କର ସ୍ବତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି ।