ସୁନ୍ଦର ଗଡ଼ ଜିଲ୍ଲା ଲହୁଣୀ ପଡ଼ା ଥାନା ର ଜୁନିଅନୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜମିରେ ହିଡ଼ ଦେବାକୁ କେନ୍ଦ୍ର କରି ବଡ଼ ଭାଇ ର କୋଦାଳ ଚୋଟରେ ସାନ ଭାଇ ର ମୃତ୍ୟୁ ହୋଇଛି । ସାନ ଭାଇ ପ୍ରଧାନ ମୁଣ୍ଡା ଜମିରେ ହିଡ଼ ଦେଉଥିବା ବେଳେ କୌଣସି କାରଣରୁ ଦୁଇ ଭାଇ ଙ୍କ ମଧରେ ପାଟି ତୁଣ୍ଡ ହୋଇଥିଲା । ବଡ଼ ଭାଇ ଟପିଆ ମୁଣ୍ଡା ଉତକ୍ଷିପ୍ତ ହୋଇ ସାନଭାଇ ପ୍ରଧାନ ମୁଣ୍ଡା କୁ କୋଦାଳ ରେ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିଲା। ଲହୁଣୀ ପଡ଼ା ଡାକ୍ତରଖାନା ରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଧାନ ମୁଣ୍ଡା ର ମୃତ୍ୟୁ ହିଇଛି ।ଲହୁଣୀପଡା ପୋଲିସ ବଡ଼ ଭାଇ ଟପିଆ ମୁଣ୍ଡକୁ ଅଟକ ରଖି ପଚରା ଉଚୁରା କରୁଛନ୍ତି ।