ବିରମିତ୍ରପୁର : ନାଳ ପାଣି ମିଶୁଛି କୂଅରେ।। ବି ଏସ୍ ଏଲ କମ୍ପାନୀ କର୍ମଚାରୀ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଥିବା ଅଭିଯୋଗ।

0 379

ବିରମିତ୍ରପୁର : ୧୭/୪ (ସତ୍ୟାନ୍ୟୁଜ) ଲୋକ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସରକାର ଏବେ ବହୁ ପ୍ରକଳ୍ପ ଆରମ୍ଭ କରିଛନ୍ତି। କିନ୍ତୁ ଏହି ସମୟରେ ବିରମିତ୍ରପୁର ର କେତେକ କଲୋନୀ ଏବଂ ପଡ଼ା ର ଲୋକ ମାନେ ନାଳ ର ଦୂଷିତ ପାଣି ପିଇବାକୁ ବାଧ୍ୟ ହୋଇଛନ୍ତି। ବିରମିତ୍ରପୁର ର ବିଭିନ୍ନ କଲୋନୀରେ ରହୁଥିବା ବି ଏସ୍ ଏଲ କମ୍ପାନୀର କର୍ମଚାରୀ ମାନେ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁଁ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି। କମ୍ପାନୀ କର୍ମଚାରୀ ମାନଙ୍କୁ ୧୦୦ ବର୍ଷର ପୁରୁଣା ଏକ କୂଅରୁ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା। ମାତ୍ର ଏବର୍ଷ କୂଅ ଶୁଖି ଯିବାରୁ ବିରମିତ୍ରପୁର ସହରର ମୁଖ୍ୟ ଡ୍ରେନ ପାଣିକୁ କୂଅ ମଧ୍ୟକୁ ଛାଡି ଦେଇଥିବାର ଅଭିଯୋଗ କରିଛନ୍ତି କମ୍ପାନୀର କର୍ମଚାରୀ ମାନେ। ଏହି ଦୂଷିତ ପାଣିକୁ ବ୍ୟବହାର କରି ପାରୁ ନଥିବାରୁ ଲୋକମାନେ ହଇରାଣ ହେଉଛନ୍ତି। ଅନ୍ୟ ପକ୍ଷରେ କୂଅ ରେ ଉଠିଥିବା ଗଛ ଗୁଡିକୁ ସଫା କରାଯିବା ନେଇ ପୌରପାଳିକାକୁ କୁହାଯାଇଛି। ଏହା ଛଡା କୂଅ ପାଣିକୁ ବିଶୋଧନ କରା ଯାଉଥିବା କହିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ ।

Leave A Reply

Your email address will not be published.