ରାଉରକେଲା : ଆଇପିଏଲ ବେଟିଙ୍ଗ ରାକେଟ ଉପରେ ପୋଲିସର ଚଢ଼ାଉ।। ୬ ଅଭିଯୁକ୍ତ ଗିରଫ।। ୨୦ଟି ମୋବାଇଲ ଫୋନ,୩ ଲାପଟପ,ଏଟିଏମ୍ କାର୍ଡ ଜବତ।

0 1,028

ରାଉରକେଲା : ୬/୪ (ସତ୍ୟାନ୍ୟୁଜ) ରାଉରକେଲାରେ ଚାଲିଥିବା ଏକ ଆଇପିଏଲ ବେଟିଙ୍ଗ ରାକେଟ ଉପରେ ପୋଲିସ ଚଢ଼ାଉ କରିଛି। ଆଇପିଏଲ ଖେଳରେ ବାଜି ଲଗାଇ ସଟା କାରବାର କରୁଥିବା ଅଭିଯୋଗରେ ୬ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୨୦ ଟି ମୋବାଇଲ ଫୋନ , ୩ଟି ଲାପଟପ , ୪ଟି ଏଟିଏମ୍ କାର୍ଡ ସହ ଅନ୍ୟ ବୈଦ୍ୟୁତିକ ସରଞ୍ଜାମ ଜବତ କରାଯାଇଛି। ଏହି କାରବାରରେ ବ୍ୟବହୃତ ହେଉଥିବା ୮ଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରି ତଦନ୍ତ କରାଯାଉଛି।
ଏକ ବିଶେଷ ସୂତ୍ରରୁ ଖବର ପାଇ ଗୁରୁବାର ଦିନ ରଘୁନାଥପାଲି ଥାନା ପୋଲିସ ସିଭିଲ ଟାଉନଶିପର ଏକ ଘରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଏହି ୬ ଜଣ ଅଭିଯୁକ୍ତ ବେଆଇନ ଭାବେ ଆଇପିଏଲ କ୍ରିକେଟ ସଟା ବାଜି ଲଗାଇ ଲୋକଙ୍କୁ ଜାଲରେ ପକାଇ ଠକୁ ଥିବାର ଜଣା ପଡିଥିଲା। ଚଢ଼ାଉ ବେଳେ ପୋଲିସକୁ ଠେଲାପେଲା କରି ଏହି ଅଭିଯୁକ୍ତ ମାନେ ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ପୋଲିସ ଟିମ୍ ଏହି ଆଇପିଏଲ ବେଟର ମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.