ରାଇରଙ୍ଗପୁର : ବାମନଘାଟି ମହୋତ୍ସବ ଉଦଘାଟିତ।। ଆକର୍ଷଣୀୟ ସାଂସ୍କୃତିକ କ କାର୍ଯ୍ୟକ୍ରମ ଅୟୋଜିତ।

0 328

ରାଇରଙ୍ଗପୁର : ୬/୪ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ରାଇରଙ୍ଗପୁର ସହରର କଚେରୀ ଷ୍ଟାଡିୟମ୍ ପଡିଆ ଠାରେ ବାମନଘାଟୀ ମହୋତ୍ସବ ‘ମାଦଳ ୨୦୨୩’ ଉଦଘାଟିତ ହୋଇଯାଇଛି। ଉପଜିଲ୍ଲାପାଳ ସରୋଜ କୁମାର ଦାସ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ,ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ଋଷିକେଶ ଜାନଦେଓ ଖିଲାରୀ,ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଅକ୍ଷୟ ସୁନିଲ ଅଗ୍ରୱାଲ, ରୁଦ୍ର ନାରାୟଣ ମହାନ୍ତି,ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ହେମନ୍ତ କୁମାର ସିଂ,ମୟୂରଭଞ୍ଜ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦୌଲତ କୁମାର ଚନ୍ଦ୍ରାକର ପ୍ରମୁଖ ଯୋଗଦେଇଥିଲେ। ଏହାସହ ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧକ୍ଷ ଅଭିଶେକ ପଟ୍ଟନାୟକ,ଉପାଧକ୍ଷା ମମିତା ଚୌଧୂରୀ,କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ଶତପଥୀ,ଉପଖଣ୍ଡ ଥାନାଅଧିକାରୀ ଗୋକୁଳାନନ୍ଦ ସାହୁ ତଥା ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲେ।ଉପଖଣ୍ଡର ଛଉନୃତ୍ୟ ଗବେଷକ,ସଙ୍ଗୀତଜ୍ଞ,ଝୁମର ଗବେଷକ,ଦାସକାଠିଆ ଓ ସଂକୀର୍ତ୍ତନରେ ପାରଦର୍ଶିତା କରିଥିବା ଦୁଷ୍ମନ୍ତ କୁମାର ବସା,ସୁବାସ ଚନ୍ଦ୍ର ବଳ,ସର୍ଜନ କୁମାର ବଳ,ଭିକାରୀଚରଣ ମହାପାତ୍ର ଓ ମନୋରଞ୍ଜନ ବେହେରା ଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସ୍ମରଣିକା ପୁସ୍ତକ `ମାଦଳ ୨୦୨୩´ ଉନ୍ମୋଚିତ ହୋଇଥିଲା। ରାଇରଙ୍ଗପୁର ଡିଏଫ୍ଓ ନଳିନୀକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ | ତାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପର୍ବରେ ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କ ସୁଲଳୀତ ସଙ୍ଗୀତ ସମଗ୍ର ରାଇରଙ୍ଗପୁରବାସୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ଏହାପରେ ଯୋଡିଶଙ୍ଖ ବାଦନ,ଶ୍ରୀ ଗଣେଶ ବନ୍ଦନା,ଡାଣ୍ଠା ନୃତ୍ୟ , ଝୁମର ନୃତ୍ୟ , ଦଶାବତାର, ରଣପ୍ପା ଆହୁରି ଇତ୍ୟାଦି ନୃତ୍ୟ ପରିବେଷଣ କରାଯାଇଥିଲା |ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦେଖିବାପାଇଁ ପ୍ରବଳ ଜନଗହଳି ଦେଖାଯାଇଥିଲା।

Leave A Reply

Your email address will not be published.