ରାଉରକେଲା : ହାତୀ ଆକ୍ରମଣରେ ବନ କର୍ମଚାରୀ ଗୁରୁତର।। ହାତୀପଲ୍ଲଙ୍କ ଗତିବିଧି ଟ୍ରାକ୍ କରୁଥିବା ବେଳେ ଘଟିଛି ଏହି ଘଟଣା।
ରାଉରକେଲା : ୬/୪ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଫରେଷ୍ଟ ରେଞ୍ଜରେ ହାତୀ ମାନଙ୍କ ଗତିବିଧି ବୃଦ୍ଧି ପାଉଛି। ହାତୀ ଆକ୍ରମଣରେ ସାଧାରଣ ଧନ ଜୀବନ ନଷ୍ଟ ହେଉଥିବା ବେଳେ ଏଥିରୁ ବନ କର୍ମଚାରୀ ମଧ୍ୟ ବାଦ ପଡୁନାହାଁନ୍ତି। ଗତକାଲି ରାତିରେ ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଜଙ୍ଗଲରେ ହାତୀପଲ୍ଲଙ୍କ ଗତିବିଧିକୁ ଟ୍ରାକ୍ କରୁଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଗଲେ ଏହି ବନ କର୍ମଚାରୀ। ହାତୀଟି ବନ କର୍ମଚାରୀଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲା। ଅନ୍ୟ ବନ କର୍ମଚାରୀ ମାନେ ତାଙ୍କୁ ହାତୀ କବଳରୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଜରଡ଼ା ରେଞ୍ଜର କଂସର ବିଟର ରାଇତିରି ଜଙ୍ଗଲରେ। ଆହତ ବନ କର୍ମଚାରୀ ଜଣଙ୍କ ହେଲେ ଗଗନ ନାୟକ।
ଗତକାଲି ବିଟର ରାଇତିରି ଜଙ୍ଗଲରେ ୧୫ଟିକିଆ ହାତୀପଲ ବୁଲୁ ଥିବା ବନ କର୍ମଚାରୀମାନେ ସୂଚନା ପାଇଥିଲେ। ପରେ ବନ କର୍ମଚାରୀ ଟିମ୍ ଘଟଣା ସ୍ଥଳକୁଯାଇ ହାତୀମାନଙ୍କୁ ଟ୍ରାକ କରୁଥିଲେ। ଏହି ସମୟରେ ହାତୀପଲ୍ଲରୁ ଏକ ହାତୀ ଆସି ଗଗନଙ୍କୁ ଆକ୍ରମଣ କରିଥିଲା। ଗଗନ ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ି ଥିଲେ ମଧ୍ୟ ହାତୀଟି ତାଙ୍କ ପଛରେ ଦୌଡ଼ିଥିଲା। ଅନ୍ୟ ବନ କର୍ମଚାରୀ ଏହାଦେଖି ହାତୀଟିକୁ ଘଉଡାଇଥିଲେ। ହାତୀଟି ଜଙ୍ଗଲ ଭିତରକୁ ପଳାଇଯାଇଥିଲା।
ବନ କର୍ମଚାରୀ ମାନେ ଗଗନ କୁ ଉଦ୍ଧାର କରି ବଣେଇ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ସ୍ୱାସ୍ଥ୍ୟଵସ୍ଥା ଗୁରୁତର ହେବାରୁ ରାଉରକେଲା ସରକାରୀ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।