ରାଇରଙ୍ଗପୁର : ମା ବାଟମଙ୍ଗଳାଙ୍କ ପୂଜାର୍ଚ୍ଚନା ସମ୍ପନ୍ନ।। ସହରର ବିଭିନ୍ନ ସ୍ଥାନରେ ମାଙ୍କ ପୂଜା।

0 330

ରାଇରଙ୍ଗପୁର : ୫/୪(ସତ୍ୟାନ୍ୟୁଜ)
ଓଁ ମା କାକଟପୁର ବାସିନୀ ମା ମଙ୍ଗଳାଙ୍କ ଆଜ୍ଞାରେ ରାଇରଙ୍ଗପୁରରେ ମା ବାଟମଙ୍ଗଳାଙ୍କ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଯାଇଛି। ମା ଭକ୍ତମାନଙ୍କର ମନୋବାଞ୍ଚା ପୂରଣ କରିଥାନ୍ତି ବୋଲି ଶ୍ରଦ୍ଧାଳୁଙ୍କ ମନରେ ଅଗାଧ ବିଶ୍ୱାସ ରହିଛି। ଶ୍ରଦ୍ଧାଳୁ ମାନେ ମାଙ୍କ ନିକଟରେ ନିଜନିଜର ମାନସିକ ରଖିଥାନ୍ତି। ଏହି ପୂଜାରେ ଦେହୁରି ଓ ଦାସୀମାନେ ବଡବନ୍ଧରୁ ଘଟରେ ପାଣି ଆଣି ରାଇରଙ୍ଗପୁରର ସ୍ଥାନେ ସ୍ଥାନେ ରହି ପୂଜାର୍ଚ୍ଚନା କରିଥାନ୍ତି। ଏହି ଧରାଧାମରେ ମାଙ୍କର ରୂପ ଅନେକ ହେଲେ ହେଁ ମାଙ୍କର କରୁଣା ସମସ୍ତଙ୍କ ଉପରେ ବହୁ ଦିନରୁ ରହିଆସିଛି।ଏହି କାର୍ଯ୍ୟ କ୍ରମରେ ଦେହୁରୀ ଖିତିଶ ବେହେରା, ଅରୁଣ କୁମାର ମୁଖୀ,ଅଜିତ ବେହେରା,ଛତିଶ ବେହେରା,ରାମଚନ୍ଦ୍ର ବେହେରା,ଜଗଦୀଶ ବେହେରା ଓ ମନିକା ବେହେରା ପ୍ରମୁଖ ମାଙ୍କର ପୂଜାର୍ଚ୍ଚନାରେ ସାମିଲ ଥିବା ବେଳେ ତଳସାହିର ଆଉ ଏକ ଆସ୍ଥାନରେ ଭାଗୀରଥୀ ସାମଲ ମାଙ୍କର ବହି ପଠନ କରିଥିଲେ।

Leave A Reply

Your email address will not be published.