ସୁନ୍ଦରଗଡ଼ : ଟିକସ ଫାଙ୍କି ଅଭିଯୋଗରେ ଆୟକର ବିଭାଗର ଚଢ଼ାଉ।। ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଏବଂ ବ୍ୟବସାୟୀଙ୍କ ଘରେ ଚଢ଼ାଉ।

0 556

ସୁନ୍ଦରଗଡ : ୨୮/୩ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ସହର ର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଦିନ ଆୟକର ବିଭାଗର ଚଢାଉ କରାଯାଇଛି । ଟାଉନ୍ ଥାନା ଅନ୍ତର୍ଗତ ଆର୍ ଆର ଆଇ ଟି କଲୋନୀ ର ବ୍ୟବସାୟୀ ପ୍ରଫୁଲ୍ଲ ସୁନାନି , ମିଶନ ରୋଡ ସ୍ଥିତ ବ୍ୟବସାୟୀ ସଞ୍ଜୟ ନନ୍ଦ ଏବଂ ମେନ ରୋଡ ସ୍ଥିତ ବ୍ୟବସାୟୀ ରାଜେଶ ରିଯାୱାନି ଙ୍କ ଘର, ଅଫିସ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଏକ କାଳୀନ ଏହି ଚଢାଉ କରାଯାଇଛି । ଆୟକର ଫାଙ୍କି ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଏହି ତିନିଟି ସ୍ଥାନ ବ୍ୟତୀତ ଆହୁରି କିଛି ସ୍ଥାନରେ ଚଢାଉ ହୋଇଥିବା ସୂଚନା ମିଳିଛି । ଚଢାଉ ରେ ରାଉରକେଲା ଏବଂ ଭୁବନେଶ୍ବରର ଆୟକର ବିଭାଗର ଟିମ୍ ସାମିଲ ଥିବା ସୂଚନା ମିଳିଛି। ଅର୍ଥ କାରବାର ସମ୍ପର୍କିତ ଦସ୍ତାବିଜ ଗୁଡ଼ିକୁ ଯାଞ୍ଚ କରାଯିବା ସହ ଅଧିକ ତଦନ୍ତ ପାଇଁ ସେଗୁଡିକ ଜବତ କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.