ରାଉରକେଲା : ରାଉରକେଲା ବଜାରରେ ନାମୀ ବ୍ରାଣ୍ଡ ର ନକଲି ଚାଉଳ ବିକ୍ରି ଅଭିଯୋଗ।। ବିଭିନ୍ନ ଚାଉଳ ଗୋଦାମ ରେ ପୋଲିସ୍ ର ଚଢାଉ।
ରାଉରକେଲା: ୧୩/୧୦
(ସତ୍ୟାନ୍ୟୁଜ) ନକଲି ଘିଅ ଏବଂ ପନିର୍ ପରେ ଏବେ ନକଲି ଚାଉଳ ବଜାର ରେ ମିଳିଲାଣି। ଏ ବାବଦରେ ଅଭିଯୋଗ ହେବା ପରେ ରାଉରକେଲା ପୋଲିସ ପକ୍ଷରୁ ସହରର କେତେକ ଚାଉଳ ଗୋଦାମ ଉପରେ ଚଢ଼ାଉ ଚାଲିଛି। ଏପର୍ଯ୍ୟନ୍ତ ବିପୁଳ ପରିମାଣର ନାମୀ ବ୍ରାଣ୍ଡ ନକଲି ଚାଉଳ ଜବତ୍ ହୋଇଥିବା ବେଳେ ପୋଲିସ୍ ଚଢାଉ ଜାରି ରହିଛି।
ମିଳିଥିବା ସୂଚନା ଅନୁଯାୟୀ ” ‘ ‘ ” ପ୍ରଗତି ” ବ୍ରାଣ୍ଡ ର ଚାଉଳ ବସ୍ତାରେ ଶସ୍ତା ଚାଉଳ ପ୍ୟାକ୍ କରି କେତେକ ଅସାଧୁ ବ୍ୟବସାୟୀ ବଜାରରେ ବିକ୍ରି କରୁଥିବା ଅଭିଯୋଗ ଆସିଥିଲା। ଅଭିଯୋଗ ପାଇବା ପରେ ପୋଲିସ ଡେଲିମାର୍କେଟ
ଦିନାନାଥ ଲେନ୍ ରେ ଚଢ଼ାଉ କରି ନକଲି ବ୍ରାଣ୍ଡ ଚାଉଳ ବସ୍ତା ଜବତ୍ କରିଛନ୍ତି। ଏ ବାବଦରେ ତଦନ୍ତ ଜାରି ରହିଛି।