ରାଉରକେଲା ଷ୍ଟେସନ ନିକଟ ହୋଟେଲ ରେ ଅଗ୍ନିକାଣ୍ଡ ଗ୍ୟାସ ସିଲିଣ୍ଡର ଲିକ ରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ।

0 445

ରାଉରକେଲା ରେଲୱେ ଷ୍ଟେସନ ସମ୍ମୁଖରେ ଥିବା କ୍ରସ ରୋଡ଼ ମଲ ନିକଟରେ ଥିବା ଏକ ହୋଟେଲରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟି ହୋଟେଲର ବହୁ ଆସବାବପତ୍ର ଜଳି ଯାଇଥିବାର ସୂଚନା ମିଳିଛି

। ସ୍ଥାନୀୟ ଲୋକମାନେ ନିଆଁ ଖୁବ ଶୀଘ୍ର ଆୟତ୍ତ କରିବାରୁ ଏକ ବଡ ଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଛି । ଗ୍ୟାସ ସିଲିଣ୍ଡର ରେ ଲିକ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ଅଗ୍ନିକାଣ୍ଡ ପରେ ଏହି ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା ଏବଂ ଲୋକମାନ ଇତସ୍ତତଃ ହୋଇ ଦୌଡ଼ି ପଳାଇଥିଲେ । ହୋଟେଲ କର୍ମଚାରୀ ମାନେ ଗ୍ୟାସ ସିଲିଣ୍ଡର ରେ ବସ୍ତା ଗୁଡ଼ାଇ ରାସ୍ତାରେ ରଖିବା ପରେ ପରିସ୍ଥିତି ସାମାନ୍ୟ ହୋଇଥିଲା ।

Leave A Reply

Your email address will not be published.