ରାଇରଙ୍ଗପୁର : ବିପ୍ର ସମାଜ ପକ୍ଷରୁ ହୋଲି ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ।

0 285

ରାଇରଙ୍ଗପୁର : ୪/୨(ସତ୍ୟାନ୍ୟୁଜ) ଭାଇଚାରାର ପର୍ବ ହୋଲି। ରଙ୍ଗର ଏହି ଖେଳକୁ ମନାଇବା ପାଇଁ ସବୁ ଆଡେ ଚାଲିଛି ପ୍ରସ୍ତୁତି। ଏହି ପର୍ବର ଅବ୍ୟାହତ ପୂର୍ବରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ହୋଲି ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଶନିବାର ଦିନ ରାଇରଙ୍ଗପୁର ଫାଟକ ପାଖ ଧର୍ମଶାଳାରେ ବିପ୍ର ଫାଉଣ୍ଡେସନ ପକ୍ଷରୁ ହୋଲି ମିଳନ କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା। ବ୍ରାହ୍ମଣ ସମାଜର ସଦସ୍ୟ ମାନେ ଆନନ୍ଦ ଓ ଉଲ୍ଲାସ ସହ ପରିବାରବର୍ଗଙ୍କ ସହ ହୋଲିର ଖୁସି ଏବଂ ଶୁଭେଚ୍ଛା ବାଣ୍ଟି ଥିଲେ। ବିପ୍ର ଫାଉଡେସନ୍ ର ସଭାପତି ସୁନିଲ ଚୌବେ,ଉପସଭାପତି ରବି ଜୋସି,ଉପସଭାପତି ବିଷ୍ଣୁ ଶର୍ମା,ସାଧାରଣ ସଂପାଦକ ବଦରି ଶର୍ମା,ସହ ସଂପାଦକ ଆକାଶ ଶର୍ମା,କୋଷାଧକ୍ଷ୍ୟ ଅନିଲ ଶର୍ମା ତଥା ବହୁ କର୍ମକର୍ତ୍ତା ସହ ରାଜ୍ୟ ସାଧାରଣ ସଂପାଦକ ମହେଶ ଶର୍ମା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ହୋଲି ମିଳନ କାର୍ଯ୍ୟକ୍ରମ ଦୀର୍ଘ ୨୫ ବର୍ଷ ହେଲା ହୋଇ ଆସୁଛି।

Leave A Reply

Your email address will not be published.