ରାଇରଙ୍ଗପୁର : ପଶୁପକ୍ଷୀ ପାଳନ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ।। ପ୍ରାଥମିକ ଚିକିତ୍ସା ପଦ୍ଧତି ଉପରେ ଆଲୋଚନା।
ମୟୁରଭଞ୍ଜ : ୨୪/୨ (ସତ୍ୟାନ୍ୟୁଜ)( ଶ୍ୟାମଳେନ୍ଦୁ ପରିଡା) ବାମନଘାଟୀ ଉପଖଣ୍ଡ ବିଜାତଳା ଠାରେ ପଶୁପକ୍ଷୀ ପାଳନ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ରାଇରଙ୍ଗପୁର ରେଞ୍ଜର ସତ୍ୟବ୍ରତ ପଟ୍ଟନାୟକ,ବିଜାତଳା ବ୍ଲକ୍
ଏ ଭି ଏ ଏସ୍ ଦିଲ୍ଲିପ କୁମାର ବେହେରା,ରାଇରଙ୍ଗପୁର ପ୍ରୋଜେକ୍ଟ ସହଯୋଗୀ ଶୁଭ୍ରାଶୁ କୁମାର ନାୟକ
ପ୍ରମୁଖ ଯୋଗ ଦେଇଥିଲେ।
ଉକ୍ତ ତାଲିମ ଶିବିରରେ ଗୃହପାଳିତ ପଶୁପକ୍ଷୀମାନଙ୍କର ବିଭିନ୍ନ ରୋଗ ଓ ଟୀକା ସଂପର୍କରେ ତାଲିମ ଦିଆଯାଇଥିଲା। ଏହା ସହିତ ଅଗ୍ରଣୀ ଚାଷୀମାନଙ୍କ ସହ ପଶୁପକ୍ଷୀମାନଙ୍କର ପ୍ରାଥମିକ ଚିକିତ୍ସା ପଦ୍ଧତି ଉପରେ ଆଲୋଚନା କରାଯାଇଥିଲା। ଏହି ତାଲିମ ଶିବିରରେ ବହୁ ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ।