ମୟୁରଭଞ୍ଜ : ୨୪/୨(ସତ୍ୟାନ୍ୟୁଜ) ରାଇରଙ୍ଗପୁର ପ୍ରିମିୟର ଲିଗ୍ କ୍ରିକେଟ୍ ଟୁଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ରାଇରଙ୍ଗପୁର କଚେରୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଶେଷ ଦିନରେ ମ ରାଇରଙ୍ଗପୁର ପୋୖରାଧ୍ୟକ୍ଷ ଅଭିଶେକ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଶିଳ୍ପପତି ସଚିନ ଅଗ୍ରୱାଲ , ପ୍ରଦୀପ ପଟ୍ଟନାୟକ, ଶିକ୍ଷାବିତ ଦିଲ୍ଲୀପ କୁମାର ମହାନ୍ତି, ରାଇରଙ୍ଗପୁର ବିଜେଡି ନଗର ସଭାପତି ପଞ୍ଚୁ ଲୋହାର ଓ ଅମିତ ବିଶୋଇ ପ୍ରମୁଖ ଯୋଗ ଦେଇ ଥିଲେ। ଟୁର୍ଣ୍ଣାମେଣ୍ଟର ଶେଷ ଦିନରେ ୧୦ଟି ଦଳ ଅଂଶଗ୍ରହଣ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁର ପ୍ରମିୟର ଲିଗ୍ ର ଅଧକ୍ଷ ଅମିତ ସିଂ ମୋଦକ,ସଭାପତି ହରି ଶଙ୍କର ବେହେରା ,ଉପସଭାପତି ଦେବାଶିଷ ମହାନ୍ତ,ସଂପାଦକ ସୌମିକ ଦାସ କାନୁନଗୋ,ଡିଓପି ସହ କୋଷାଧକ୍ଷ ଅମନ ମହାନ୍ତି ତଥା କାର୍ଯ୍ୟକାରୀ ସଦସ୍ୟ ଅମରେସ ବେହେରା,ବିଜନ ବରାଳ,ବିଜୁ ଜେନା,ଅଶୋକ ଜେନା ,ରଂଜନ ମହାନ୍ତ,ଅମରେଶ ବେହେରା ଓ ଦିପ୍ତି ରଂଜନ ନାୟକ ପ୍ରମୁଖ ସାହାଯ୍ୟ ଓ ସହଯୋଗ କରୁଅଛନ୍ତି।ଏହି କ୍ରିକେଟ ପ୍ରତିଯୋଗିତା କୁ ଦେଖିବାପାଇଁ ରାଇରଙ୍ଗପୁର ତଥା ପାଖପାଖ ଅଞ୍ଚଳର ବହୁ କ୍ରୀଡାପ୍ରେମୀ ଷ୍ଟାଡିୟମ୍ ଆସିଥିଲେ।