ରାଜଗାଙ୍ଗପୁର : ୨୧/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ପୋଲିସ ୯ ଜଣ ଡକାୟତଙ୍କୁ ଗିରଫ କରିବା ରେ ସଫଳ ହୋଇଛି। ଗିରଫ ଡକାୟତଙ୍କ ଠାରୁ ପ୍ରାୟ ଦଶ ଲକ୍ଷ ଟଙ୍କାର ଲୁଟ୍ ହୋଇଥିବା ଅଲମୁନିୟମ ତାର ଜବତ କରାଯାଇଛି। ଏହା ସହ ଚୋରିରେ ବ୍ୟବହୃତ ଏକ ପିକଅପ ଭ୍ୟାନ, ୪ ଟି ମୋବାଇଲ ସହ ବିଭିନ୍ନ ପ୍ରକାର ମାରାଣସ୍ତ୍ର ଜବତ ହୋଇଛି। ସୂଚନା ଅନୁସାରେ ଚଳିତ ମାସ ଅଠର ତାରିଖ ରାତିରେ ଯାମପାଲି ବାଇପାସ ପାଖରେ ଥିବା କ୍ରିଷ୍ଣା ପାୱାର ଗୋଦାମ ରେ ପିସ୍ତଲ ମୁନରେ ସଶସ୍ତ୍ର ଡକାୟତି ହୋଇଥିଲା। ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ ଡକାୟତ ମାନେ ଅଲମୁନିୟମ ତାର ଲୁଟି ନେଇଥିଲେ । କମ୍ପାନୀ କର୍ତ୍ତୃପକ୍ଷଙ୍କ ଲିଖିତ ଅଭିଯୋଗ କ୍ରମେ ବିଭିନ୍ନ ସ୍ଥାନରେ ରାଜଗାଙ୍ଗପୁର ପୋଲିସ ଚଢ଼ାଉ କରି ୯ ଜଣ ଡକାୟତଙ୍କୁ ଗିରଫ କରିଛନ୍ତି। ସମସ୍ତ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି।