ଭିଜିଲାନ୍ସ ଜାଲରେ ରାଉରକେଲା ପ୍ରଦୂଷଣ ବୋର୍ଡ ଆଞ୍ଚଳିକ ଅଧିକାରୀଭୁବନେଶ୍ୱର ଯାଉଥିବା ବେଳେ1ଲକ୍ଷ 75 ହଜାର ତାଙ୍କ ଗାଡିରୁ ଜବତ ।

0 1,004

ରାଉରକେଲା ପ୍ରଦୂଷଣ ବୋର୍ଡ ର ଆଞ୍ଚଳିକ ଅଧିକାରୀ ପି କେ ମହାପାତ୍ର 1 ଲକ୍ଷ 75 ହଜାର ଟଙ୍କା ନେଇ ଯାଉଥିବା ବେଳେ ରାଜ୍ୟ ଭିଜିଲାନ୍ସ ବିଭାଗ ଅଧିକାରୀଙ୍କ ଦ୍ୱାରା ଧରା ପଡିଛନ୍ତି ।

ରାଉରକେଲା ରୁ ଗାଡ଼ିରେ ଉକ୍ତ ଟଙ୍କାକୁ ନେଇ ଯାଉଥିବା ବେଳେ ଭୁବନେଶ୍ୱରରେ ଭିଜିଲାନ୍ସ ଅଧିକାରୀ ମାନେ ଗାଡି ଯାଞ୍ଚ କରି ଟଙ୍କା ଜବତ କରିଥିଲେ । ଏତେ ଟଙ୍କା କେଉଁଠୁ ଆଣିଲେ ଏବଂ କୁଆଡେ ଧରି ଯାଉଥିଲେ ତାର ସନ୍ତୋଷ ଜନକ ଉତ୍ତର ଆଞ୍ଚଳିକ ଅଧିକାରୀ ଶ୍ରୀ ମହାପାତ୍ର ଦେଇ ପାରିନଥିଲେ । ରାଉରକେଲା ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ର ଆଞ୍ଚଳିକ ଅଧିକାରୀ ଶ୍ରୀ ମହାପାତ୍ରଙ୍କ ଭୁବନେଶ୍ୱର ସୁନ୍ଦରପଦା ଠାରେ ଥିବା ଘର ମଧ୍ୟ ଭିଜିଲାନ୍ସ ବିଭାଗ ଦ୍ଵାରା ସର୍ଚ୍ଚ କରାଯାଉଛି ।

Leave A Reply

Your email address will not be published.