ଭୁବନେଶ୍ବର : ସ୍ବର୍ଗତ ନବ ଦାସଙ୍କ ଶେଷ କୃତ୍ୟ ଝାରସୁଗୁଡାରେ ହେବ।। ଅନ୍ତିମ ସଂସ୍କାର କାର୍ଯ୍ୟରେ ରାଜ୍ୟ ସରକାରଙ୍କ ୩ ଜଣ ମନ୍ତ୍ରୀ ଉପସ୍ଥିତ ରହିବେ।

0 340

ଝାରସୁଗୁଡ଼ା : ୩୦/୧(ସତ୍ୟା ନ୍ୟୁଜ) ସ୍ବର୍ଗତ ନବ କିଶୋର ଦାସଙ୍କ ପାର୍ଥିବ ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସତ୍କାର କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ୩ ଜଣ ମନ୍ତ୍ରୀ ଅନ୍ତିମ ସତ୍କାର କାର୍ଯ୍ୟରେ ଉପସ୍ଥିତ ରହିବେ। ଅନ୍ତିମ ସତ୍କାର ସ୍ଥଳରେ ଜାତୀୟ ପତାକା ବିଧିପୂର୍ବକ ଅର୍ଦ୍ଧ ନମିତ ରହିବ। ସ୍ବର୍ଗତ ନବ ଦାସଙ୍କ ମର ଶରୀରକୁ ଆଜି ଝାରସୁଗୁଡା ଅଣାଯିବ। ସେଠାରେ ତାଙ୍କ ବାସଭବନରେ ଲୋକ ମାନେ ଶେଷ ଦର୍ଶନ କଲାପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଭୁବନେଶ୍ୱର ସରକାରୀ ବାସଭବନରେ ମୁଖ୍ୟମନ୍ତ୍ରୀ ନବ ଦାସଙ୍କୁ ଶେଷ ସମ୍ମାନ ଦେଇଥିଲେ। ବାସଭବନରେ ଏବଂ ପାର୍ଟି କାର୍ଯ୍ୟାଳୟରେ ବହୁ ବିଶିଷ୍ଟ ଵ୍ୟକ୍ତି ଏବଂ ଦଳୀୟ କର୍ମୀ ତାଙ୍କର ଶେଷ ଦର୍ଶନ କରିଛନ୍ତି।
ନବ ଦାସଙ୍କ ବିୟୋଗରେ ୩ ଦିନ ଧରି ରାଜ୍ୟରେ ଶୋକ ପାଳନ ହେବ। ୩୧ ତାରିଖ ପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ହେବନି।

Leave A Reply

Your email address will not be published.