ସୁନ୍ଦରଗଡ: ବୋମା ବିସ୍ପୋରଣରେ ଜଣେ ଶିଶୁ ଗୁରୁତର।। ମେଡିକାଲରେ ଭର୍ତ୍ତି।। ବାରାହା ଶିକାର ଲାଗି ଖଞ୍ଜା ଯାଇଥିଲା ବୋମା।

0 352

ସୁନ୍ଦରଗଡ଼ : ୨୪/୧(ସତ୍ୟାନ୍ୟୁଜ) ବାରାହା ମାରିବାକୁ ଖଞ୍ଜା ଯାଇଥିଲା ବୋମା। କିନ୍ତୁ ବାରାହା ବଦଳରେ ବୋମା ବିସ୍ପୋରଣର ଶିକାର ହେଲେ ୧୦ ବର୍ଷ ବୟସ ର ଜଣେ ଶିଶୁ। ଶିଶୁଟିର ବୋମା ଉପରେ ଗୋଡ଼ ପଡିଯିବାରୁ ବୋମାଟି ଫୁଟି ଗଲା । ଯାହା ଫଳରେ ଶିଶୁ ଟି ଗୁରୁତର ଭାବେ ଆହତ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଛି।
ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁବଳୟା ଗ୍ରାମରେ।ମଙ୍ଗଳବାର ସଂଧ୍ୟା ପ୍ରାୟ ୮ଟା ବେଳେ ଶିଶୁଟି ଅନ୍ୟ ଜଣଙ୍କ ଘରୁ ଖେଳା ଖେଳି କରି ନିଜ ଘରକୁ ଫେରୁଥିବା ବେଳେ କେହି ବାରାହା ମାରିବା ପାଇଁ ବିଛାଇଥିବା ବୋମା ଉପରେ ଗୋଡ ପଡି ଯାଇଥିଲା। ଫଳରେ ବୋମାଟି ଫୁଟି ଯାଇ ଶିଶୁଟି ଗୁରୁତର ଆହତ ହୋଇଛି। ଶିଶୁଟିକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.