ରାଉରକେଲା : ସହରର ବିଭିନ୍ନ ସ୍ଥାନରେ ନେତାଜୀଙ୍କ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ। ଫିଟନେସ୍ ପାର୍କରେ ମାଲ୍ୟାର୍ପଣ କଲେ ରାଉରକେଲା ଡେଭେଲପମେଣ୍ଟ ଫୋରମର ସଦସ୍ୟ।

0 313

ରାଉରକେଲା : ୨୩/୧(ସତ୍ୟାନ୍ୟୁଜ) ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ୧୨୬ ତମ ଜୟନ୍ତୀ ରାଉରକେଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଜନ୍ମଦିନ ପାଳନ କରାଯାଇଥିଲା। ରାଉରକେଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଫିଟନେସ ପାର୍କରେ ପ୍ରତିବର୍ଷ ପ୍ରଶାସନ ଏବଂ ଅନ୍ୟ ଅନୁଷ୍ଠାନ ମାନଙ୍କ ପକ୍ଷରୁ ନେତାଜୀ ଜୟନ୍ତୀ ପାଳନ କରାଯାଇ ଥାଏ। ମାତ୍ର ଚଳିତ ବର୍ଷ ଏହାର ବ୍ୟତିକ୍ରମ ଦେଖାଯାଇଛି। ଦିନ ୧୧ ଟା ପର୍ଯ୍ୟନ୍ତ ନେତାଜୀଙ୍କ ବେକରେ ଫୁଲ ମାଳଟିଏ ସୁଧା ପଡିନଥିଲା। ପରେ ରାଉରକେଲା ଡେଭେଲପମେଣ୍ଟ ଫୋରମର ସଦସ୍ୟ ମାନେ ପ୍ରତିମୂର୍ତ୍ତି ସଫା କରି ମାଲ୍ୟାର୍ପଣ କରିଥିଲେ। ନେତାଜୀଙ୍କ ଜନ୍ମଦିନରେ ତାଙ୍କୁ ଏପ୍ରକାର ଅଣଦେଖା କରା ଯାଇଥିବାରୁ ଫୋରମ ର ସଦସ୍ୟ ମାନେ କ୍ଷୋଭ ପ୍ରକାଶ କରିଥିଲେ।

Leave A Reply

Your email address will not be published.