ରାଉରକେଲା : ବିରମିତ୍ରପୁର ରେ ଅଗ୍ନିଯାତ୍ରା ଉତ୍ସବ ସମ୍ପନ୍ନ।। ଆସ୍ଥା ଏବଂ ବିଶ୍ୱାସ ର ପର୍ବରେ ଯୋଗ ଦେଲେ ବହୁ ଶ୍ରଦ୍ଧାଳୁ।

0 268

ବିରମିତ୍ରପୁର :୧୮/୧(ସତ୍ୟା ନ୍ୟୁଜ) ମାନସିକ ପୂରଣ ହେବା ପରେ ଅଗ୍ନି ଯାତ୍ରାରେ ସାମିଲ ହୋଇ ନିଆଁରେ ଚାଲୁ ଥିଲେ ଶ୍ରଦ୍ଧାଳୁ ମାନେ। ବିରମିତ୍ରପୁର ମେଡିକାଲ ଦଫାଇ ରେ ଥିବା ମା ମଙ୍ଗଳାଙ୍କ ମନ୍ଦିର ରେ ପୂଜାର୍ଚ୍ଚନା ପରେ ଏହି ଅଗ୍ନି ଯାତ୍ରା ଆରମ୍ଭ ହୋଇଥାଏ। ଶହେ ବର୍ଷରୁ ଉର୍ଦ୍ଧ୍ବ କାଳ ହେଲା ମା ମଙ୍ଗଳାଙ୍କ ମନ୍ଦିର ପରିସରରେ ଏହି ଅଗ୍ନିଯାତ୍ରା ଆୟୋଜନ ହୋଇ ଆସୁଛି। କେବଳ ବିରମିତ୍ରପୁର ନୁହେଁ ରାଜ୍ୟ ବାହାରୁ ମଧ୍ୟ ଶ୍ରଦ୍ଧାଳୁ ଆସି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି। ମକର ସଂକ୍ରାନ୍ତି ପରେ ପରେ ଏହି ଅଗ୍ନି ଯାତ୍ରା ର ଆୟୋଜନ କରା ଯାଇଥାଏ ।

ବର୍ଷ ବର୍ଷ ଧରି ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ରେ ଏହି ପରମ୍ପରା ଚାଲିଆସିଛି। ଆସ୍ଥା ଏବଂ ବିଶ୍ୱାସ ର ଏହି ଅଗ୍ନିଯାତ୍ରା ରେ ଦିନକୁ ଦିନ ଶ୍ରଦ୍ଧାଳୁ ଏବଂ ବ୍ରତାଧାରୀ ଙ୍କ ସଂଖ୍ୟା ବଢି ବଢି ଚାଲିଛି।

Leave A Reply

Your email address will not be published.