ରାଉରକେଲା : ଭାରତୀୟ ହକିଦଳ ଭାଇସ କ୍ୟାପଟେନ ଅମିତରୋହୀ ଦାଶଙ୍କ ପରିବାର ଚାଲିଚାଲି ଆସିଲେ ଷ୍ଟାଡିଅମ।। ଲାଇନ ରେ ଠିଆହୋଇ ଗଲେ ଖେଳ ଦେଖିବାକୁ।

0 5,629

ରାଉରକେଲା:୧୬/୧(ସତ୍ୟା ନ୍ୟୁଜ) ରାଉରକେଲା ରେ ଛାଲିଛି ହକି ମହା ସମର। ସାଧାରଣ ଲୋକଙ୍କ ଠାରୁ ନେଇ ଭି ଆଇ ପି ପର୍ଯ୍ୟନ୍ତ ସମସ୍ତେ ହକି ବିଶ୍ୱକପ ମ୍ୟାଚ ଦେଖିବାକୁ ପହଁଚୁଛନ୍ତି ବିର୍ସ। ମୁଣ୍ଡା ଷ୍ଟାଡିଅମରେ। ମ୍ୟାଚ ଦେଖିବାକୁ ଆସୁଥିବା ଭି ଆଇ ପି ଙ୍କ ଗାଡି ତ ସିଧା ଷ୍ଟାଡିଅମ ପରିସରକୁ ପଶି ଯାଉଛି। କିନ୍ତୁ ଏମିତିବି କିଛି ଲୋକ
ଅଛନ୍ତି ଯେଉଁମାନେ ଭିଆଇପି ସୁବିଧା ପାଇବା ଯୋଗ୍ୟ। କିନ୍ତୁ ସେମାନଙ୍କୁ ଏହି ସୁବିଧା ଉପଲବ୍ଧ ନାହିଁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ରବିବାର ଦିନ ଭାରତ- ଇଂଲଣ୍ଡ ମ୍ୟାଚ ଚାଲିଥିବା ବେଳେ। ଭାରତୀୟ ହକି ଦଳର ଭାଇସ୍ କ୍ୟାପଟେନ୍ ଅମିତରୋହୀ ଦାସ ଙ୍କ ପରିବାର ଲୋକମାନେ ସାଧାରଣ ଲୋକ ଭଳି ଷ୍ଟାଡିଅମ କୁ ଆସିଥିଲେ। ଷ୍ଟାଣ୍ଡ ରେ ଗାଡି ରଖି ଚାଲି ଚାଲି ଆସି ଲାଇନରେ ଠିଆ ହୋଇ ଷ୍ଟାଡିଅମରେ ପ୍ରବେଶ କରିଥିଲେ। ଆସିଥିବା ପରିବାର ସଦସ୍ୟଙ୍କ ମଧ୍ୟରେ ଅମିତଙ୍କ ମା ମଧ୍ୟ ଆସିଥିଲେ ପୁଅର ଖେଳ ଦେଖିବାକୁ। ଏବେ ଭାରତୀୟ ହକି ଦଳ ଉପ ଅଧିନାୟକ ଅମିତ ଙ୍କ ପରିବାରର ବିନମ୍ରତା କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

Leave A Reply

Your email address will not be published.