ରାଉରକେଲା : ସିନେମା ଆରମ୍ଭ ପୂର୍ବରୁ ମଲ୍ଟିପ୍ଲେକ୍ସରେ ଚାଲିଲା ହକି ବିଶ୍ୱକପ ପ୍ରମୋଶନ।। ସିନେ କାର୍ଣ୍ଣିଭାଲ ଲେ ହେଲା ଶୁଭାରମ୍ଭ।
ରାଉରକେଲା:୧୪/୧/(ସତ୍ୟା ନ୍ୟୁଜ) ଏବେ ସବୁଆଡେ ହକି ବିଶ୍ୱକପ୍ ର ଧୂମ। ଏପରି ସମୟରେ ସିନେମା ହଲ୍ , ମଲ୍ଟିପ୍ଲେକ୍ସ ଭି ପଛରେ ନାହାନ୍ତି। ଆଜିଠାରୁ ରାଉରକେଲାର ସିନେ କାର୍ଣ୍ଣିଭାଲ ରେ ସିନେମା ଆରମ୍ଭ ହେବା ପୂର୍ବରୁ ଭାରତୀୟ ହକି ଉପରେ ଏକ କ୍ଷୁଦ୍ର ସିନେମା ଦେଖା ଯାଉଛି । ଏହାର ନିର୍ମାତା ହେଉଛନ୍ତି ଓଡିଶା ର ଯୁବ ପ୍ରଯୋଜକ ସନ୍ତୋଷ ପଣ୍ଡା। ଏହି କ୍ଷୁଦ୍ର ସିନେମାରେ ମୁମ୍ବାଇ ର ଅଭିଜିତ ଭଟାଚାର୍ଯ୍ୟ ଏକ ସୁନ୍ଦର ଗୀତ ଗାଇ ହକି ବିଶ୍ୱକପ କୁ ପ୍ରମୋଟ କରିଛନ୍ତି। ସିନେ କାର୍ଣ୍ଣିଭାଲ ରେ ଆଜି ଏହି ଫିଲ୍ମର ମୁକ୍ତି ଲାଭ ପାଇଁ ନିଜେ ସିନେ ପ୍ରଯୋଜକ ସନ୍ତୋଷ ପଣ୍ଡା ଉପସ୍ଥିତ ଥିଲେ। ମଲ୍ଟିପ୍ଲେକ୍ସ ନିର୍ଦ୍ଦେଶକ ଅମିତାଭ ସାମଲ ଏହି କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ। ଭାରତୀୟ ହକିର ହୃତ ଗୌରବ ଫେରାଇ ଆଣିବାକୁ ଏହା ଏକ ପ୍ରୟାସ ବୋଲି କହିଛନ୍ତି ପ୍ରଯୋଜକ।