ରାଉରକେଲା:ରାଉରକେଲାରୁ ଭୁବନେଶ୍ୱର ଫ୍ଲାଇଟ ସମୟ ପରିବର୍ତ୍ତନ କରିବାକୁ ଦାବି।। ଆଲିଆନ୍ସ ଏଆର
ସି ଇ ଓ ଙ୍କ ଏହା ଆରସିସିଆଇ ର ଆଲୋଚନା।
ରାଉରକେଲା:୧୪/୧୧(ସତ୍ୟା ନ୍ୟୁଜ)
ଜାନୁଆରୀ ୭ ତାରିଖରୁ ରାଉରକେଲା ରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ରାଉରକେଲା ବିମାନ ଚଳାଚଳର ଶୁଭାରମ୍ଭ ହୋଇଛି। ୧୨ ତାରିଖରୁ ଏହି ସେବା ନିୟମିତ ଭାବେ ଆରମ୍ଭ ହୋଇଛି। କିନ୍ତୁ ଆଲିଆନ୍ସ ଏଆର ଦ୍ୱାର ଏହି ବିମାନ ଉଡାଣ ର ସମୟ ପରିବର୍ତ୍ତନ କରିବାକୁ ଦାବି ହୋଇଛି। ଶନିବାର ଦିନ ଆଲିଆନ୍ସ ଏଆର ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିନୀତ ସୁଦ ରାଉରକେଲା ଗସ୍ତରେ ଆସିଥିଲେ। ରାଉରକେଲା ବଣିକ ସଂଘର ସଭାପତି ସୁବ୍ରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶ୍ରୀ ସୁଦ ଙ୍କୁ ସାକ୍ଷାତ କରି ଏବେ ଚାଲିଥିବା ଫ୍ଲାଇଟ ର ସମୟ ପରିବର୍ତ୍ତନ କରିବାକୁ ନିବେଦନ କରିଥିଲେ। ଏବେ ରାଉରକେଲାରୁ ଫ୍ଲାଇଟ ୪ ଟା ୧୫ ରେ ଭୁବନେଶ୍ୱର ଛାଡୁଥିବା ବେଳେ ସେଠାରେ ୫ ଟା ୧୦ ରେ ପହଞ୍ଚୁଛି। ଏବେ ଏହି ସମୟକୁ ପରିବର୍ତ୍ତନ କରି ସକାଳେ ଫ୍ଲାଇଟ ଚଳାଇବାକୁ ଦାବି କରାଯାଇଛି। ଆଲାଇନ୍ସ ଏଆର
ସି ଇ ଓ ଶ୍ରୀ ସୁଦ ବିଚାର ବିମର୍ଷ କରି ଉଚିତ ପଦକ୍ଷେପ ନେବେ ବୋଲି କହିଥିଲେ। ବଣିକ ସଂଘର ସମ୍ପାଦକ ସୁନୀଲ କୟାଲ , ପ୍ରମୋଦ ନାଟୁଲ୍ୟ , ଆର ଏସ ପି ଅଫିସର ସଂଘର ପୂର୍ବତନ ସଭାପତି ବିମଳ ବିଶି ପ୍ରମୁଖ ଏହି ଆଲୋଚନାରେ ଭାଗ ନେଇଥିଲେ।