ରାଉରକେଲା : ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ଶତାଧିକ ଯୁବକଙ୍କ ଭୁବନେଶ୍ୱର ସାଇକେଲ ଯାତ୍ରା।। ହାତରେ ହକିଷ୍ଟିକ ଧରି ୧୪୫ ଯୁବକ ସାଇକେଲରେ ବାହାରିଲେ।
ରାଉରକେଲା : ୭/୧/୨୩(ସତ୍ୟା ନ୍ୟୁଜ) ହାତରେ ହକି ଷ୍ଟିକ ଧରି ଶତାଧିକ ଯୁବକ ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି ରାଉରକେଲା ରୁ ଭୁବନେଶ୍ୱର। ଉଦ୍ଦେଶ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା। ଖୁବ କମ ସମୟ ମଧ୍ୟରେ ବିଶ୍ୱର ଅନ୍ୟତମ ବୃହତ ଷ୍ଟାଡିଅମ ନିର୍ମାଣ କରିବାର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ଦେଇ ଏହି ସାଇକେଲ ଯାତ୍ରାର ଆରମ୍ଭ। ଏହାଛଡା ରାଉରକେଲା ରେ ହକି ବିଶ୍ୱ କପ ଆୟୋଜନ କରା ଯାଇଥିବାରୁ ସହରବାସୀଙ୍କ ତରଫରୁ ଧନ୍ୟବାଦ ଦେବାକୁ ଏହି ଯାତ୍ରା ଆରମ୍ଭ କରିଛନ୍ତି ୧୪୫ ଜଣ ଯୁବ କ୍ରୀଡ଼ାବିତ। ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବେ। ଏହି ପରିପ୍ରେକ୍ଷୀରେ ଶନିବାର ଦିନ ରାଉରକେଲା ୨ ନମ୍ବର ସେକ୍ଟର ଦୁର୍ଗାପୂଜା ପଡ଼ିଆରୁ ଏହି ସାଇକେଲ ଯାତ୍ରା ଆରମ୍ଭ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ , ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ
କୁନ ବିହାରୀ ଦାସ , ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ ପ୍ରମୁଖ ଯୋଗଦେଇ ସାଇକେଲ ଯାତ୍ରୀଙ୍କୁ ଉତ୍ସାହିତ କରିଥିଲେ।