ରାଉରକେଲା : ରାଉରକେଲା- ଭୁବନେଶ୍ୱର ବିମାନ ସେବା ଆରମ୍ଭ।। ଦିଲ୍ଲୀ , ବାଙ୍ଗାଲୋର ସହ ଏହି ସେବା ଯୋଡିବାକୁ ଦାବି।

0 696

ରାଉରକେଲା : ୭/୧/୨୩(ସତ୍ୟା ନ୍ୟୁଜ)
ଭୁବନେଶ୍ୱରରୁ ରାଉରକେଲା ଏବଂ ରାଉରକେଲାରୁ ଭୁବନେଶ୍ୱର ଆଜି ବିମାନ ଚଳାଚଳ ଆରମ୍ଭ ହୋଇଛି। ଏହି ବିମାନ ସେବାକୁ ଭିଡିଓ କନଫରେନ୍ସିଂଗ ମାଧ୍ୟମରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରଦିତ୍ୟ ସିନ୍ଧିଆ ଉଦଘାଟନ କରିଥିଲେ। ଭୁବନେଶ୍ୱର ଏୟାରପୋର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ହଲାଇ ରାଉରକେଲା ବିମାନ ସେବାର ଶୁଭାରମ୍ଭ କରିଥିଲେ। ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ।
ଆଲାଇନ୍ସ ଏଆର ATR 72 ବିମାନ ଆସି ରାଉରକେଲା ପହଁଚିବା ପରେ ଏୟାରପୋର୍ଟ ରେ ପ୍ରଥମ ବିମାନ ଯାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ବିଜେପି , ବିଜେଡି ଦଳ ନିଜନିଜ ଦଳୀୟ ପତାକା ଧରି ବିମାନ ଯାତ୍ରୀଙ୍କୁ ସ୍ୱାଗତ କରିଥିଲେ। ଭୁବନେଶ୍ୱର ରୁ ଆସିଥିବା ବିମାନ ଅପରାହ୍ନରେ ରାଉରକେଲାରୁ ଯାତ୍ରୀ ନେଇ ଭୁବନେଶ୍ୱର ବାହାରି ଯାଇଥିଲା।

ପୂର୍ବରୁ ରାଉରକେଲାରୁ ଭୁବନେଶ୍ୱର ବିମାନ ଚଳାଚଳ କରିଥିଲା। ମାତ୍ର ଯାତ୍ରୀ ଅଭାବରୁ ଏହା ବନ୍ଦ ହୋଇଯାଇଥିଲା। ତେବେ ପୁନର୍ବାର ଆରମ୍ଭ ହୋଇଥିବା ବିମାନ ଚଳାଚଳ ସଫଳତାର ସହ ଜାରି ରହିବ ବୋଲି ମତପ୍ରକାଶ ପାଇଛି।

ରାଉରକେଲା- ଭୁବନେଶ୍ୱର ବ୍ୟତୀତ ଏହି ବିମାନ ସେବାକୁ ଦିଲ୍ଲୀ , ବାଙ୍ଗାଲୋର ସହ ଯୋଡିବାକୁ ଦାବି ହୋଇଛି।

Leave A Reply

Your email address will not be published.