ରାଉରକେଲା : ଆସନ୍ତାକାଲି ରୁ ରାଉରକେଲାରୁ ଉଡିବ ବିମାନ। ଭୁବନେଶ୍ୱର- ରାଉରକେଲା ଏବଂ ରାଉରକେଲା- ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ।
ରାଉରକେଲା : ୬/୧/୨୩(ସତ୍ୟା ନ୍ୟୁଜ)
ଆସନ୍ତାକାଲି ଶନିବାର ଠାରୁ ରାଉରକେଲା ରୁ ଉଡିବ ବିମାନ। ରାଉରକେଲା ସହିତ ଭୁବନେଶ୍ୱର ରୁ ମଧ୍ୟ ବିମାନ ଆସି ରାଉରକେଲା ରେ ପହଞ୍ଚିବ। ଦିନ ୧୦ଟା ୪୫ ରେ ଭୁବନେଶ୍ୱରରୁ ବିମାନ ବାହାରି ୧୧ଟା ୪୦ ମିନିଟ ରେ ରାଉରକେଲା ରେ ପହଞ୍ଚିବ। ସେହିପରି ରାଉରକେଲାରୁ ଦିନ ୧୨ଟା ୫ ମିନିଟ ରେ ବିମାନ ବାହାରି ଦିନ ଗୋଟାଏ ବେଳେ ଭୁବନେଶ୍ୱରରେ ପହଞ୍ଚିବ। ଏହି ବିମାନ ଚଳାଚଳ ଆଲାଏନ୍ସ ଏଆର ପକ୍ଷରୁ ଆରମ୍ଭ କରାଯାଉଛି। ATR72 ବିମାନ ଚାଲିବା ନେଇ ସୂଚନା ମିଳିଛି। ଆସନ୍ତାକାଲି ଆଉ ଦୁଇଟି ଚାର୍ଟର୍ଡ ପ୍ଲେନ ମଧ୍ୟ ଭୁବନେଶ୍ୱରରୁ ରାଉରକେଲା ଆସୁଛି। ଫେରିବା ବେଳେ ଏହି ବିମାନ ଦୁଇଟି କମର୍ସିଆଲ ବିମାନ ଭାବେ ଯାତ୍ରା କରିବ।
ଜାନୁଆରୀ ୭ ତାରିଖରୁ ବିମାନ ଉଡିବା ନେଇ ସମସ୍ତ ପ୍ରସ୍ତୁତି ସରିଛି। ଟର୍ମିନାଲ ସେଣ୍ଟର , ରନ୍ ୱେ, ଏଆର ସିଗ୍ନାଲ ଆଦିର ନବୀକରଣ ସରିଯାଇଛି। ପାର୍କୀଙ୍ଗ ସ୍ଥଳର ମଧ୍ୟ କାମ ସରିଯାଇଛି। ଏୟାରପୋର୍ଟ ପାଖରେ ଲୁହାର ଏକ ବିଶାଳକାୟ ତୋରଣ ନିର୍ମାଣ କରାଯାଉଛି। ସୁରକ୍ଷା ଦାଇତ୍ୱରେ
ସି ଆର ପି ଏଫ ରହିଛନ୍ତି। ଆସନ୍ତା ୭ ଦିନ ପାଇଁ ଟିକେଟ ବୁକିଙ୍ଗ ହୋଇଯାଇଥିବା ଜଣାପଡିଛି।