ରାଉରକେଲା : ୬/୧/୨୩(ସତ୍ୟା ନ୍ୟୁଜ) ରାଉରକେଲା ରେ ଏବେ ମଲ୍ ସଂସ୍କୃତି ର ଟ୍ରେଣ୍ଡ ଚାଲିଛି। ପୂର୍ବରୁ ସହରରେ ଦୁଇ ତିନୋଟି ମଲ୍ ଥିବା ବେଳେ ଏବେ ନିର୍ମାଣ ଚାଲିଛି ଏକ ନୂଆ ମଲ୍। ‘ପ୍ଲୁଟନ’
ନାମକ ଏହି ମଲ୍ ଛେଣ୍ଡ କଲୋନୀ ନିକଟ ରିଙ୍ଗ ରୋଡ଼ କଡରେ ଅବସ୍ଥିତ। ଏହାର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ମଲ୍ ରେ ସମସ୍ତ ଆଧୁନିକ ବ୍ୟବସ୍ଥା ଥିବା ବେଳେ ପର୍ଯ୍ୟାପ୍ତ ପାର୍କିଂ ସ୍ପେସ ରହିଛି। ଏହାଛଡା ୫ଟି ପର୍ଦ୍ଦା ବିଶିଷ୍ଟ ପି ଭି ଆର ମଲ୍ଟି ପ୍ଲେକ୍ସ ରହିଛି। ଗ୍ରାହକଙ୍କ ରୁଚିକୁ ନଜରରେ ରଖି ବିଭିନ୍ନ ବ୍ରାଣ୍ଡ ର ଷ୍ଟୋର ଏଠାରେ ଖୋଲୁଛି। ଶପର ଷ୍ଟପ୍, ରିଲାଏନ୍ସ ଟ୍ରେଣ୍ଡ , ଜୁଡିଓ , ରିଲାଏନ୍ସ ସ୍ମାର୍ଟ , ଫରେଷ୍ଟ ଏସେନସିଆଲ , ବଡି ଶପ୍ ଆଦି ଷ୍ଟୋର ଏଠାରେ ଖୋଲୁଛି। ପଶ୍ଚିମ ଓଡିଶାର ଏହି ସର୍ବବୃହତ ମଲ୍ ରେ ବ୍ରାଣ୍ଡ ଫେସନ ସହ ଆମୋଦ ପ୍ରମୋଦ ର ବ୍ୟବସ୍ଥା ରହିଛି। ଖୁବଶୀଘ୍ର ଏହି ମଲ୍ ଖୋଲିବାର ସୂଚନା ରହିଛି।