ରାଉରକେଲା : ୨୮/୧୨(ସତ୍ୟା ନ୍ୟୁଜ)
ଏସିଆନ କରାଟେ ଫେଡେରେସନ (ଏ.କେ.ଏଫ) ଓ ଉଜ଼ବେଗିସ୍ଥାନ କରାଟେ ଫେଡେରେସନ ପକ୍ଷରୁ ଉଜ଼ବେଗିସ୍ଥାନ ର ତାସକେଣ୍ଟ ଠାରେ ଚଳିତ ଡ଼ିସେମ୍ବର ୧୧ ରୁ ୨୦ରିଖ ପର୍ଯନ୍ତ ୧୮ ତମ ଏସିଆନ ସିନିଅର,୨୦ ତମ ଏସିଆନ କ୍ୟାଡେଟ, ଜୁନିଅର ଓ ପ୍ରଥମ ଏସିଆନ ପାରା କରାଟେ ଚାମ୍ପିୟନସିପ-୨୦୨୨ ଆୟୋଜିତ ହୋଇ ଯାଇଛି l ଏହି ଅବସରରେ (ଏ.କେ.ଏଫ ) ପକ୍ଷରୁ ଏସିୟ ରେଫରୀ ଓ ଜଜ ପରୀକ୍ଷା ଆୟୋଜିତ ହୋଇଥିଲା lଏହି ପରୀକ୍ଷା ରେ ଆସିଆ ମହାଦେଶର ବିଭିନ୍ନ ଦେଶର ପ୍ରାୟ ୨୦୦ ବରିଷ୍ଠ କରାଟେକା ମାନେ ଅଂଶଗ୍ରହଣ କରିଥିଲେ l
ଓଡିଶା ରାଜ୍ୟ କରାଟେ ଆସୋସିଏସନ (ଓସ୍କା) ଓ କରାଟେ ଇଣ୍ଡିଆ ଅର୍ଗାନାଇଜେସନ (କିଓ) ଦ୍ୱାରା ମନୋନୀତ ହୋଇ ରାଉରକେଲା ର ରାଜୀବ କୁମାର ସିଂହ,୬ଷ୍ଠ ଡାନ ବ୍ଲାକବେଲ୍ଟ ଏହି ପରୀକ୍ଷାରେ ସଫଳତାର ସହ ଅଂଶଗ୍ରହଣ କରି କୃତକାର୍ଯ୍ୟ ହେବା ସହ ଏସିୟ କରାଟେ ଜଜ଼ -‘ବି’ ର ମାନ୍ୟତା ହାସଲ କରି ସେଠାରେ ଆୟୋଜିତ ଚାମ୍ପିୟନସିପର ସିନିଅର ବର୍ଗରେ ଅଫିସିଏଟିଙ୍ଗ କରିଥିଲେ l ଏଥିସହ ରାଜୀବ ଓଡିଶା ର ପ୍ରଥମ ଏସିଅ କରାଟେ ରେଫରୀ ହେବାର ଗୌରବ ଅର୍ଜନ କରିଛନ୍ତି l
ଏହି ସଫଳତା ପାଇଁ (କିଓ) ର ମେଣ୍ଟର ଭରତ ଶର୍ମା, ସମ୍ପାଦକ ସେନସେଇ ବିଜୟ ତିୱାରୀ , ଓସ୍କା ର ସଭାପତି ଡ଼ଃ ହରିପ୍ରସାଦ ପଟ୍ଟନାୟକ, ସମ୍ପାଦିକା ଡ଼ଃ ଗୌରୀ ମହାନ୍ତି ଓ ଅନ୍ୟ କର୍ମକର୍ତ୍ତା ମାନେ ରାଜୀବ ଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି l
୧୯୮୩ ମସିହାରେ କରାଟେ କ୍ରୀଡା ଆରମ୍ଭ କରି ପରବର୍ତ୍ତୀ ସମୟରେ ଗୁରୁ ଡ଼ଃ ହରିପ୍ରସାଦ ଙ୍କ ଉତ୍କଳ କରଟେ ସ୍କୁଲ ରେ ଯୋଗ ଦେଇ ନିଜେ ଜାତୀୟ ଓ ଅନ୍ତର୍ଜାତୀୟ ପଦକ ହାସଲ କରିବା ସହ ପ୍ରଶିକ୍ଷଣ କ୍ଷେତ୍ରରେ ଗତ ୩୦ ବର୍ଷରୁ ଉତ୍କଳ କରାଟେ ସ୍କୁଲ ରାଉରକେଲା ଶାଖା ମାଧ୍ୟମରେ ଲକ୍ଷାଧିକ ଛାତ୍ର ଛାତ୍ରୀ ଙ୍କୁ କରାଟେ ଓ ଆତ୍ମାରକ୍ଷା ପ୍ରଶିକ୍ଷଣ ଦେବା ସହ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କରାଟେ ଖେଳାଳି ଗଢ଼ିଛନ୍ତି l ଗତ ୨୦୧୯ ମସିହା ରେ ମାଲେସିୟା ଠାରେ (ଏ.କେ.ଏଫ) କୋଚ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିଲେ l ଏହି ପରୀକ୍ଷା ପାଇଁ ତାଙ୍କୁ ମନୋନୀତ କରିଥିବା ଯୋଗୁଁ ଭରତ ଶର୍ମା ଓ ଡ଼ଃ ହରିପ୍ରସାଦ ପଟ୍ଟନାୟକ ଙ୍କୁ ରାଜୀବ କୃତଜ୍ଞତା ଜ୍ଞାପନ କରିବାସହ କରାଟେ କ୍ରୀଡା ର ବିକାଶ ପାଇଁ ନିଜ କୁ ସର୍ବଦା ନିୟୋଜିତ କରିବେ ବୋଲି ରାଜୀବ କହିଛନ୍ତି l