ସୁନ୍ଦରଗଡ଼ ସହରରେ ଆଜି ସକାଳୁ ଘନ କୁହୁଡି ଦେଖିବାକୁ ମିଳିଥିଲା। ପ୍ରବଳ କୁହୁଡି ଯୋଗୁଁ ଗାଡି ମଟର ଯିବା ଆସିବାରେ ସାମାନ୍ୟ ବାଧା ସୃଷ୍ଟି ହୋଇଥିଲେ ମଧ୍ୟ ଲୋକମାନେ କୁହୁଡ଼ିର ମଜା ଉଠାଇଥିଲେ
। ବିଶେଷ କରି ପ୍ରାତ ଭ୍ରମଣରେ ବାହାରିଥିବା ଲୋକମାନେ ଏହି କୁହୁଡ଼ିର ମଜା ନେଇଥିଲେ । ଏକ ଘଣ୍ଟା ରୁ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଏହି କୁହୁଡି ସୁନ୍ଦରଗଡ଼ ସହର କୁ ଆଚ୍ଛାଦିତ କରି ରଖିଥିଲା । ଚଳିତ ଋତୁ ର ଏହା ପ୍ରଥମ କୁହୁଡି ହୋଇଥିବାରୁ ଲୋକମାନେ ବେଶ ଏହାର ଆନନ୍ଦ ନେଇଥିଲେ ।