ସୁନ୍ଦର ଗଡ଼ ଜିଲ୍ଲା ବଣାଇ ରେଞ୍ଜ ଅଞ୍ଚଳ ରେ 12 ଦିନ ହେଲା ଦୁଇଟି ଦନ୍ତା ହାତୀ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ବନବିଭାଗ, ସ୍ଥାନୀୟ ଜନସଧାରଣ ହାତୀକୁ ଘଉଡ଼ାଇବାକୁ ଯେତେ ଚେଷ୍ଟା କଲେ ମଧ୍ୟ ହାତୀ ଦୁଇଟି ଏହି ସ୍ଥାନ ନଛାଡି ରାତିରେ ଧାନ ଖାଇ ପୁଣି ଏକ ନିର୍ଦିଷ୍ଟ ଜାଗାକୁ ପଳେଇ ଆସି ରହୁଛନ୍ତି । ଦିନରେ ଜଙ୍ଗଲ ରେ ରହୁଥିବା ବେଳେ ରାତିରେ ବାହାରି ଗ୍ରାମ ମଧ୍ୟରେ ପ୍ରବେଶ କରୁଛନ୍ତି । ଏହି ହାତୀ ଦୁଇଟି ଦେବଗଡ଼ ଅଞ୍ଚଳ ରୁ ଆସି ବାଟ ବଣା ହୋଇ ଯାଇଥିବା ସୂଚନା ମିଳିଛି।
ସେହିପରି ଜିଲ୍ଲାର କୋଇଡା ବନଖଣ୍ଡ ଅଧୀନସ୍ଥ କାଦଢ଼ିଆ ଗ୍ରାମରେ କୋଡିଏ ଦିନ ଧରି ଜଙ୍ଗଲୀ ହାତୀପଲ୍ଲଙ୍କ ଉତ୍ପାତ ଜାରି ରହିଛି । ୧୫ ରୁ ୨୦ ହାତୀ ସନ୍ଧ୍ୟାରେ ଜଙ୍ଗଲ ଛାଡି କାଦଢ଼ିଆ ଗ୍ରାମର ଧାନ କ୍ଷେତକୁ ପ୍ରବେଶ କରି ଧାନ ଫସଲ ଖାଇବା ସହିତ ଏକର ଏକର ଧାନ ଫସଲ ପାଦରେ ଦଳି ନଷ୍ଟ କରି ଦେଉଛନ୍ତି । ଏବେ ଚିନ୍ତାରେ ଗ୍ରାମର ଚାଷୀକୂଳ । ପୂର୍ବ ବର୍ଷ ହାତୀପଲ୍ଲ ଙ୍କ ଦ୍ଵାରା ନଷ୍ଟ ହୋଇଥିବା ଧାନ ଫସଲର କ୍ଷତିପୂରଣ ମିଳିନଥିବା ବେଳେ ଚଳିତ ବର୍ଷ ପୁନର୍ବାର ହାତୀପଲ୍ଲ ଙ୍କ ଫସଲ ନଷ୍ଟ ସେମାନଙ୍କ ଅଣ୍ଟା ଭାଙ୍ଗି ଦେଇଛି। ରାତ୍ରି ଅନିଦ୍ରା ହୋଇ ଗ୍ରାମବାସୀ ଓ ସ୍ଥାନୀୟ ବନବିଭାଗ କର୍ମଚାରୀ ନିଆଁହୁଳା ଓ ବାଣ ସାହଯ୍ୟରେ ହାତୀ ଘୋଉଡାଉ ଥିଲେ ସୁଦ୍ଧା ହାତୀ ପଲ୍ଲ ଏହି ଅଞ୍ଚଳ ଛାଡିବା ନାଁ ଧରୁ ନାହାନ୍ତି।
Next Post