ରାଉରକେଲା : ହନୁମାନ ବାଟିକା ଛକର କ୍ଲକ ଟାୱାର ସହର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି।। ଏହି ଟାୱାର ର ଖର୍ଚ୍ଚ ହୋଇଛି ୧୨ ଲକ୍ଷ।
ରାଉରକେଲା : ୨୧/୧୨(ସତ୍ୟା ନ୍ୟୁଜ) ଏବେ ରାଉରକେଲା ସହରର ସୌନ୍ଦର୍ଯ୍ୟକରଣ ଚାଲିଛି। ଆସନ୍ତା ଜାନୁଆରୀ ମାସରେ ସହରରେ ହକି ବିଶ୍ୱକପ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ସହରର ସୌନ୍ଦର୍ଯ୍ୟକରଣ ଦ୍ରୁତ ଗତିରେ ଚାଲିଛି। ଏହି ସୁନ୍ଦରତା କୁ ଏବେ ବଢ଼ାଇ ଦେଇଛି ହନୁମାନ ବାଟିକା ଛକରେ ନୂଆକରି ନିର୍ମାଣ କରା ଯାଉଥିବା କ୍ଲକ ଟାୱାର ବା ଘଣ୍ଟା ଘର। ରାଉରକେଲା ରୋଟାରୀ କ୍ଲବ ରୟାଲ ଦ୍ୱରା ନିର୍ମିତ ଏହି କ୍ଲକ ଟାୱାର ରେ ଖର୍ଚ୍ଚ ହେଉଛି ୧୨ ଲକ୍ଷ ଟଙ୍କା। ଘଡି ର ଉଚ୍ଚତା ୪ ଫୁଟ ଥିବା ବେଳେ ୨୨ ଫୁଟ ପେଡାଷ୍ଟଲ ଉପରେ ଏହାକୁ ଫିକ୍ସ କରାଯାଇଛି। କୋଚିନ ର ଏକ କମ୍ପାନୀ ଏହି ଘଡିକୁ ପ୍ରସ୍ତୁତ କରିଛନ୍ତି। ଏହି ଘଡିର ସମୟ ସେଟାଲାଇଟ ମାଧ୍ୟମ ରେ ନିୟନ୍ତ୍ରିତ ହେବ। ପୂର୍ବରୁ ଏହିଛକ ନିକଟରେ ରାଉରକେଲା ମହାନଗର ନିଗମ ଦ୍ୱାରା ପ୍ରସ୍ତୁତ ଗେଟ ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିଥିବା ବେଳେ ଏବେ କ୍ଲକ ଟାୱାର ଏହି ସୌନ୍ଦର୍ଯ୍ୟ ପ୍ରକ୍ରିୟାକୁ ଦ୍ବିଗୁଣିତ କରୁଛି।