ରାଉରକେଲା : ନଗର କ୍ରୀଡା ଉତ୍ସବର ୧୨ ଦିନ ସରିଲା।। ଆଜି ଖେଳାଯିବ ସେମି ଫାଇନାଲ।

0 225

ରାଉରକେଲା : ୨୦/୧୨(ସତ୍ୟା ନ୍ୟୁଜ) କ୍ରୀଡ଼ାବିତ ଓ କ୍ରୀଡ଼ା ପ୍ରେମୀଙ୍କ ଅପାର ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଛି ନଗର କ୍ରୀଡ଼ା ଉତ୍ସବ । ପୂର୍ବରୁ ହକି, ଖୋ ଖୋ, କବାଡ଼ି ଓ ଭଲିବଲ୍‌ ବିଭାଗରେ ଖେଳ ସରିସାରିଥିବା ବେଳେ ସୋମବାର ଫୁଟବଲ ଟୁର୍ଣ୍ଣାମେଣ୍ଟର କ୍ବାର୍ଟର ଫାଇନାଲ ମ୍ୟାଚ୍‌ ଶେଷ ହୋଇଛି । ଆଜି ଖେଳାଯାଇଥିବା ୪ଟି କ୍ବାର୍ଟର ଫାଇନାଲ ମ୍ୟାଚ୍‌ରେ ବିଆରଡି ଫୁଟବଲ୍‌ କ୍ଳବ୍, ୟୁନାଇଟେଡ୍‌ ସ୍ପୋଟିଂ କ୍ଳବ୍‌ (ଜଲଦା), ଟିସି ହାମିରପୁର ଓ ବନ୍ଧମୁଣ୍ଡା ଫୁଟବଲ ଟିମ୍‌ ବିଜୟୀ ହୋଇଛି ।

ରାଉରକେଲା ସ୍ପୋର୍ଟସ୍‌ ଆସୋସିଏସନ୍‌ ଓ ରାଉରକେଲା ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଇସ୍ପାତ ଷ୍ଟାଡିୟମ୍‌ (ସେକ୍ଟର-୬) ପରିସରରେ ରବିବାର ଗ୍ରୁପ ‘ଏ’ ବିଭାଗରେ ଖେଳାଯାଇଥିବା ପ୍ରଥମ ମ୍ୟାଚ‌ରେ ଏସ୍ଏନ‌ବି ଫୁଟବଲ କ୍ଳବ‌କୁ ୨-୦ ଗୋଲରେ ପରାସ୍ତ କରିଥିଲା ବିଆରଡି ଫୁଟବଲ କ୍ଳବ୍‌ । ଦ୍ବିତୀୟ ମ୍ୟାଚଟି ସ୍ପୋଟିଂ କ୍ଳବ୍‌ (ସାରନା) ବନାମ ୟୁନାଇଟେଡ୍‌ ସ୍ପୋଟିଂ କ୍ଳବ୍‌ ଜଲଦା ମଧ୍ୟରେ ମଧ୍ୟରେ ଖେଳାଯାଇଥିଲା। ନିର୍ଦ୍ଦାରିତ ସମୟ ମଧ୍ୟରେ କୌଣସି ଫଳାଫଳ ବାହାରି ପାରିନଥିଲା । ଏହା ଖେଳାଯାଇଥିବା ପେନାଲ୍ଟି ସୁଟ ଆଉଟରେ ମଧ୍ୟ ଉଭୟ ଦଳ ସମାନ ସ୍ଥିତିରେ ରହିଥିଲେ । ଏହା ପରେ ସଡନ‌ ଡେଥ‌‌ରେ ବିଜୟୀ ହୋଇଥିଲା ୟୁନାଇଟେଡ୍‌ ସ୍ପୋଟି କ୍ଳବ୍‌ ଜଲଦା।
ଅପରପକ୍ଷରେ କଳିଙ୍ଗ ସ୍ପୋର୍ଟସ ଫାଉଣ୍ଡେସନ୍‌ ଓ ରାଉରକେଲା ମହାନଗର ନିଗମ ଆନୁକୂଲ୍ୟରେ ଉଦିତ ନଗର ସ୍ଥିତି ମିନି ଷ୍ଟାଡିୟମ‌ ପରିସରରେ ଗ୍ରୁପ୍‌ ‘ବି’ ବିଭାଗର ଫୁଟବଲ ମ୍ୟାଚ୍‌ ଖେଳା ଯାଇଥିଲା । ଟିସି ହାମିରପୁର ବନାମ ଦେଓଗାଁ ମଧ୍ୟରେ ଆଜିର ମ୍ୟାଚ୍‌ ଖେଳାଯାଇଥିବା ବେଳେ ଏହାକୁ ଟିସି ହାମିରପୁର ଫୁଟବଲ୍‌ ଟିମ୍‌ ୧-୦ ଗୋଲରେ ଜିତି ନେଇଛି । ସେହିଭଳି ପେନାଲ୍ଟି ସୁଟ ଆଉଟ ମାଧ୍ୟମରେ ବନ୍ଧମୁଣ୍ଡା ବନାମ ବାନପୋଷ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ନିଷ୍ପତ୍ତି ନିଆଯାଇଥିଲା। ଯାହାକୁ ୩-୦ ଗୋଲରେ ଜିତି ନେଇଥିଲା ବନ୍ଧମୁଣ୍ଡା ଟିମ୍‌ ।

Leave A Reply

Your email address will not be published.