ସୁନ୍ଦରଗଡ : ଭାଉଜଙ୍କୁ ହତ୍ୟା ଅଭିଯୋଗରେ ଦିଅର କୁ ଦଶ ବର୍ଷ କାରାଦଣ୍ଡ।। ଆଦେଶ ଶୁଣାଇଲେ ଜିଲ୍ଲା ଦୌରାଜଜ୍ ଶୁଭଦର୍ଶୀ ପଟ୍ଟନାୟକ।

0 284

ସୁନ୍ଦରଗଡ଼ : ୧୭/୧୨(ସତ୍ୟା ନ୍ୟୁଜ) ଜିଲ୍ଲା ଦୌରାଜଜ ଶୁଭଦର୍ଶୀ ପଟ୍ଟନାୟକ ୨୦୧୭ ମସିହାର ଏକ ହତ୍ୟା ଘଟଣାର ବିଚାର କରି ଦୋଷୀକୁ ଦଶ ବର୍ଷ କାରାଦଣ୍ଡ ଆଦେଶ ଦେଇଛନ୍ତି। ଅଭିଯୁକ୍ତ ସୁନୀଲ ଲାକ୍ରା ନିଜ ଭାଉଜ ଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଥିଲା। ସୂଚନା ଅନୁଯାୟୀ ୨୦୧୭ ମେ ମାସ ୧୬ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଖଟାଙ୍ଗ ତଳ ସାହି ଗ୍ରାମରେ ଏହି ଘଟଣା ଘଟିଥିଲା। ପୂର୍ବ ଜମି ବିବାଦ ଶତ୍ରୁତା କୁ ନେଇ ଘରେ କେହି ନଥିବା ବେଳେ ଅଭିଯୁକ୍ତ ସୁନୀଲ ନିଜ ଭାଉଜ ସେରାନୀ ଲାକ୍ରାଙ୍କୁ କାଠ ଫଳିଆରେ ଆକ୍ରମଣ କରିଥିଲା। କାଠ ଫାଳିଆ ଆଘାତରେ ସେରାନୀ ଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା ଏବଂ ସେ ତଳେ ପଡି ଯାଇଥିଲେ। ଏହା ପରେ ଅଭିଯୁକ୍ତ ଦିଅର ତାଙ୍କୁ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏତେଲା ପରେ ରାଜଗାଙ୍ଗପୁର ଥାନା ଅତିରିକ୍ତ ଥାନା ଅଧିକାରୀ ସସ୍ମିତା ମହନ୍ତ ଏକ ହତ୍ୟା ମାମଲା ରଜ୍ଜୁ କରି ଅଭିଯୁକ୍ତ ସୁନୀଲ କୁ ଗିରଫ କରିଥିଲେ। ପୋଲିସ ର ରିପୋର୍ଟ , ୧୬ ଜଣ ସାକ୍ଷୀଙ୍କ ବୟାନ , ସରକାରୀ ଓକିଲଙ୍କ ଦୃଢ଼ ଯୁକ୍ତି ଏବଂ ପ୍ରତ୍ୟକ୍ଷଦର୍ଶୀ ଙ୍କ ବୟାନ କୁ ଭିତ୍ତି କରି ଅଦାଲତ ରାୟ ଶୁଣାଇ ଥିଲେ। ଏହି ମାମଲା କୁ ସରକାରୀ ଓକିଲ ଅବଦୁଲ ସମିମ ଅଖତର ପରିଚାଳନା କରିଥିଲେ।

Leave A Reply

Your email address will not be published.