ରାଉରକେଲା : ଗୃହରକ୍ଷୀ ଏବଂ ପ୍ରତିରକ୍ଷା ବାହିନୀର ୬୦ ତମ ପ୍ରତିଷ୍ଠା ଦିବସ ପାଳିତ।। ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପଶ୍ଚିମାଞ୍ଚଳ ଡ଼ିଆଇଜି।

0 246

ରାଉରକେଲା : ୬/୧୨(ସତ୍ୟା ନ୍ୟୁଜ) ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀର ୬୦ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ପୋଲିସ ରିଜର୍ଭ ପଡ଼ିଆରେ ପାଳିତ ହୋଇଯାଇଛି । ମଙ୍ଗଳବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଉପ ନିରୀକ୍ଷକ (ଡିଆଇଜି) ପଶ୍ଚିମାଞ୍ଚଳ ଶ୍ରୀ ନିତି ଶେଖର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଅବସରରେ ଅନୁଷ୍ଠିତ ପରେଡ‌ରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସର ସେ କହିଥିଲେ ଯେ ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ଓ ଦଙ୍ଗା ମୁକାବିଲା ପାଇଁ ୧୯୪୬ ମସିହାରେ ଆମ ଦେଶର ମୁମ୍ବାଇରେ ପ୍ରଥମ ଥର ପାଇଁ ଗୃହରକ୍ଷୀ ବାହିନୀର ଗଠନ କରାଯାଇଥିଲା । ପରବର୍ତ୍ତୀ ସମୟରେ ୧୯୬୨ ମସିହାରେ ଚୀନର ଉତ୍ତେଜନାପୂର୍ଣ୍ଣ ଆଭିମୁଖ୍ୟକୁ ନଜରରେ ରଖି ଗୃହରକ୍ଷୀ ବାହିନୀର ଗଠନ ନେଇ କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରାମର୍ଶ ଦେଇଥିଲେ । ଏହାପର ଠାରୁ ଗୃହରକ୍ଷୀ ବାହିନୀ ସମ୍ପୂର୍ଣ୍ଣ ଉତ୍ସଗ୍ରୀକୃତ ମନୋଭାବ ସହ ପୋଲିସର କାନ୍ଧରେ କାନ୍ଧ ମିଶାଇ ଆଭ୍ୟନ୍ତରୀଣ ଶାନ୍ତି ଶୃଙ୍ଗଳା ରକ୍ଷା ଦିଗରେ କାର୍ଯ୍ୟ କରିଆସୁଛି । ଶ୍ରୀ ଶେଖର ଆଇନ ଶୃଙ୍ଖଳା ବଜାୟ ରଖିବାରେ ତଥା ପ୍ରାକୃତିକ ଦୁବିର୍ପାକ ସମୟରେ ଗୃହରକ୍ଷୀ ବାହିନୀର ଭୂମିକା ପୋଲିସଠାରୁ କୌଣସି ପକ୍ଷେ କମ୍‌ ନୁହେଁ ବୋଲି କହିଛନ୍ତି। । ଏହାସହିତ ଡିଆଇଜି ଶ୍ରୀ ଶେଖର ଗୃହରକ୍ଷୀ ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଦ୍ବାରା ପ୍ରେରିତ ବାର୍ତ୍ତା ମଧ୍ଯ ପାଠ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ନିୟନ୍ତ୍ରକ ବେସାମରିକ ବାହିନୀ ଡ. ଶୁଭଙ୍କର ମହାପାତ୍ର, ରାଉରକେଲା ଏସ୍‌ପି ତଥା ଗୃହରକ୍ଷୀ କମାଣ୍ଡାଣ୍ଟ ମୁକେଶ କୁମାର ଭାମୁ ଓ ଡି ଏସ୍‌ପି ବିକ୍ରମ କେଶରୀ ଭୋଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ସମେତ ସମସ୍ତ ଥାନା ଅଧିକାରୀ, ଗୃହରକ୍ଷୀ ବାହିନୀର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ଚଳିତ ବର୍ଷ ଜିଲ୍ଲାରେ ଅତି ଉତ୍କର୍ଷ ଓ ଉତ୍ତମ ସେବା ପୁରସ୍କାର ପାଇଁ ଶ୍ରେଷ୍ଠ ବିବେଚିତ ଗୃହରକ୍ଷୀଙ୍କୁ ମଧ୍ୟ ଆଜିର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା।ପଶ୍ଚିମାଞ୍ଚଳ ଡିଆଇଜି କମ୍ପାନୀ କମାଣ୍ଡର ବିନୋଦ କୁମାର ପାଢ଼ୀ, କମ୍ପାନୀ କମାଣ୍ଡର ରୋହିତ କୁମାର ସାହୁ, ସୂରଜ ହେମ୍ବ୍ରମ୍‌ (ସିଭିଲ୍‌ ଡିଭେନ୍ସ), ପ୍ଳାଟୁନ କମାଣ୍ଡର ସନ୍ତୋଷ କୁମାର ଗୌଡ଼, ପ୍ଳାଟୁନ କମାଣ୍ଡର କ୍ରୀଷ୍ଣା ମହାକୁଡ଼, ଗୃହରକ୍ଷୀ ଅଶୋକ କୁମାର ବାରିକ, କ୍ରୀଷ୍ଣା କୁମାର ସିଂହ, ଅନ୍ତଯ୍ୟାମୀ ମିଞ୍ଜ, କ୍ରେସେନସିଆ ଜୋଜୋ, ଚିନ୍ମୟ ନାୟକ, ରାକେଶ ରଞ୍ଜନ ବିଶ୍ବାଳ, ମାମୁନି ପାତ୍ର, ସମୀର କୁମାର ସାମଲ, ବେସାମରିକ ବାହିନୀର ଦୁଃଶାସନ ମହାରଣା, କୁମାରୀ ତନୁଜା ସାହୁଙ୍କୁ ମାନପତ୍ର ସହ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରିଥିଲେ ା ଏହା ସହିତ ବେସାମରିକ ବାହିନୀ ଦ୍ବାରା ଆୟୋଜିତ ଓଡ଼ିଆ ଓ ଇଂରାଜୀ ରଚନା ଲିଖନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ଶେଷରେ ରାଉରକେଲା ଷ୍ଟିଲ୍‌ ପ୍ଳାଣ୍ଟର ଅଗ୍ନିଶମ ବାହିନୀ ଘର ପୋଡ଼ି, ତରଳ ଇନ୍ଧନ ଓ ଗ୍ୟାସ୍‌ ଜନିତ ଅଗ୍ନିକାଣ୍ଡର ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ କିଭଳି ମୁକାବିଲା କରାଯାଏ ତାହାର ଡେମୋ ପ୍ରଦର୍ଶନ କରିଥିଲେ।

Leave A Reply

Your email address will not be published.