ରାଉରକେଲା : ନିଯୁକ୍ତି ଦାବିରେ ବିସ୍ଥାପିତଙ୍କ ଆନ୍ଦୋଳନ , ଅନଶନ ଦୂତୀୟ ଦିନରେ।। ରାତି ସାରା ଶୀତ କାକରରେ ବସିଲେ ଶତାଧିକ ବିସ୍ଥାପିତ।
ଶୀତ , କାକର ରେ ରାତି ସାରା ଅନଶନରେ ବସିଲେ ସ୍ଥାନୀୟ ୩୨ ମୌଜା ବିସ୍ଥାପିତ ସଂଘର କର୍ମକର୍ତ୍ତା ମାନେ। ସାଙ୍ଗରେ ଧାରଣାରେ ମଧ୍ୟ ବସିଲେ ଶତାଧିକ ବିସ୍ଥାପିତ ପରିବାରର ସଦସ୍ୟ। ସୋମବାର ଦିନ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିଆ ଯାଇଥିବା ଧାରଣା , ଅନଶନ ଏପର୍ଯ୍ୟନ୍ତ ଜାରି ରହିଛି। ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଧାରଣା ଅନଶନ ପ୍ରତ୍ୟାହୃତ ହେବନାହିଁ ବୋଲି କହିଛନ୍ତି ବିସ୍ଥାପିତ ସଂଘର କର୍ମକର୍ତ୍ତା। ଆର ଏସ ପି ରେ ୧୧ ଶହ ବିସ୍ଥାପିତଙ୍କୁ ନିଯୁକ୍ତି ଏବଂ ୧ ହଜାର ୧୫ ଜଣଙ୍କ ଆବେଦନର ଯାଞ୍ଚ ଦାବିରେ ଏହି ଧାରଣା ଦିଆଯାଇଛି। ବାରମ୍ବାର ପ୍ରଶାସନ ଏବଂ ଆର ଏସ ପି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ଫଳ ନମିଳିବାରୁ ସଙ୍ଘ ପକ୍ଷରୁ ଏହି ଚରମ ପଦକ୍ଷେପ ନିଆ ଯାଇଥିବା ସଂଘର ନେତା ମାନେ କହିଛନ୍ତି। ଏ ବାବଦରେ ସାତ ଦିନ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ସୂଚନା ଦିଆ ଯାଇଥିଲେ ମଧ୍ୟ କୌଣସି ସମାଧାନର ପନ୍ଥା ବାହାରି ନଥିବାରୁ ଏହି ଆନ୍ଦୋଳନ ଆରମ୍ଭ କରା ଯାଇଥିବା ସଙ୍ଘ ପକ୍ଷରୁ କୁହା ଯାଇଛି।