ରାଉରକେଲା : ‘ଦମନ’ ପରେ ମୁକ୍ତିଲାଭ କଲା ଓଡ଼ିଆ ସିନେମା ‘ପ୍ରତୀକ୍ଷା’। ଫିଲ୍ମ ଦେଖିବାକୁ ସିନେ କାର୍ଣ୍ଣିଭାଲ ମଲ୍ଟିପ୍ଲେକ୍ସ ରେ ଦର୍ଶକଙ୍କ ଭିଡ଼।
ରାଉରକେଲା : ‘ଦମନ’ ପରେ ମୁକ୍ତିଲାଭ କଲା ଓଡ଼ିଆ ସିନେମା ‘ପ୍ରତୀକ୍ଷା’। ଫିଲ୍ମ ଦେଖିବାକୁ ସିନେ କାର୍ଣ୍ଣିଭାଲ ମଲ୍ଟିପ୍ଲେକ୍ସ ରେ ଦର୍ଶକଙ୍କ ଭିଡ଼।ଏବେ ଓଡ଼ିଆ ସିନେମାର ନିର୍ମାତା ଏବଂ ନିର୍ଦ୍ଦେଶକ ମାନେ ଚଳଚ୍ଚିତ୍ରର ପୂର୍ବ ଗୌରବ ଫେରାଇ ଆଣିବା ଲାଗି ପ୍ରୟାସ ଜାରି ରଖିଛନ୍ତି। ‘ଦମନ’ ଫିଲ୍ମ ର ଅପାର ସଫଳତା ପରେ ଏବେ ଅନ୍ୟ ଏକ ଓଡ଼ିଆ ସିନେମା ‘ପ୍ରତିକ୍ଷା’ ମୁକ୍ତି ଲାଭ କରିଛି। ରାଉରକେଲାର ଦୁଇଟି ମଲ୍ଟି ପ୍ଲେକ୍ସ ରେ ଏହି ସିନେମା ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବେଶ ଆଗ୍ରହ ପ୍ରକାଶ ପାଇଛି। ମୁକ୍ତିଲାଭର ଦୂତୀୟ ଦିନରେ ସିନେ କାର୍ଣ୍ଣିଭାଲ ମଲ୍ଟି ପ୍ଲେକ୍ସ ରେ ‘ପ୍ରତୀକ୍ଷା’ ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଭିଡ଼ ରହୁଛି। ଜଣେ ଶିକ୍ଷିତ ବେକାର ଯୁବକ ସରକାରୀ ଚାକିରୀ ପାଇବାକୁ ଏବଂ ନିଜର ପିତାଙ୍କ ମେଡିକାଲ ଖର୍ଚ୍ଚ ତୁଲାଇବାକୁ କେଉଁ କେଉଁ ଦ୍ଵନ୍ଦ ଦେଇ ଗତି କରୁଛନ୍ତି ତା ଏହି ଫିଲ୍ମର ବିଷୟ ବସ୍ତୁ। ଏହି ସିନେମା ଦେଖିବାକୁ ଯୁବପିଢ଼ିଙ୍କ ମଧ୍ୟରେ ବେଶ ଆଗ୍ରହ ପ୍ରକାଶ ପାଇଛି।