ନକଲି ଡ୍ରାଇଭିଂ ଲାଇସେନ୍ସ , ଆଧାର କାର୍ଡ , ଭୋଟର କାର୍ଡ ଓ ମାଟ୍ରିକ ସାର୍ଟିଫିକେଟ ଆଦି ପ୍ରସ୍ତୁତ କରୁଥିବା ଏକ ପ୍ରତିଷ୍ଠାନ ଉପରେ ଗୁରୁବାର ଦିନ ରାଉରକେଲା ଉଦିତନଗର ପୋଲିସ ଚଢ଼ାଉ କରିଛି । ଵାସନ୍ତୀ କଲୋନୀ ବାଜି ରାଉତ ଛକରେ ଥିବା ଟପ୍ କମ୍ୟୁନିକେସନ କମ୍ପ୍ୟୁଟର ଦୋକାନରେ ବିଭିନ୍ନ ପ୍ରକାର ନକଲି ସାର୍ଟିଫିକେଟ , ଲାଇସେନ୍ସ ଆଦି ପ୍ରସ୍ତୁତ କରାଯାଉଥିବା ସୂଚନା ପାଇ ପୋଲିସ ଏହି ଚଢ଼ାଉ କରିଥିଲେ
। ଉଦିତନଗର ଥାନା ଇନିସ୍ପେକ୍ଟର ବୁଲୁ ସ୍ବାଇଁ ପ୍ରଥମେ ସାଦା ପୋଷାକରେ ଗ୍ରାହକ ବେଶରେ ଉକ୍ତ ଦୋକାନ ରେ ପହଞ୍ଚି ଡୁପ୍ଲିକେଟ ଲାଇସେନ୍ସ ବନାଇବାକୁ ଚାହିଁ ଥିଲେ । ଦୋକାନରେ ଥିବା ଜଣେ ମହିଳା ଏଥିରେ ରାଜି ହେବା ପରେ ପୋଲିସ ପକ୍ଷରୁ ସେଠାରେ ରେଡ଼ କରା ଯାଇଥିଲା । ଚଢ଼ାଉ ରେ ଵହୁ ପରିମାଣର ନକଲି ଡ୍ରାଇଭିଂ ଲାଇସେନ୍ସ , ନକଲି ଆଧାର କାର୍ଡ ଓ ନକଲି ଭୋଟର କାର୍ଡ , ନକଲି ମାଟ୍ରିକ ସାର୍ଟିଫିକେଟ ଆଦି ମିଳିଥିଲା। ନକଲି ଡକୁମେଣ୍ଟସ ପ୍ରସ୍ତୁତ କରିବାରେ ବ୍ୟବହୃତ କମ୍ପ୍ୟୁଟର, ମନିଟର, ପ୍ରିଣ୍ଟର , ଷ୍ଟାମ୍ପ ସହ ଅନ୍ୟାନ୍ୟ ସରଞ୍ଜାମ ଜବତ କରାଯାଇଥିଲା । କମ୍ପ୍ୟୁଟର ଦୋକାନ ପରିଚାଳନା କରୁଥିବା ଜଣେ ମହିଳାଙ୍କୁ ଉଦିତନଗର ଥାନା ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି ।