ସୁନ୍ଦରଗଡ : ପାରିବାରିକ କଳହ କୁ କେନ୍ଦ୍ର କରି ସ୍ତ୍ରୀ ହତ୍ୟା କଲେ ସ୍ୱାମୀଙ୍କୁ।। ନିଜ ଓଢଣୀରେ ତଣ୍ଟି ଚିପି ହତ୍ୟା କଲେ।

0 398

ସୁନ୍ଦରଗଡ଼ : ୨୫/୧୧(ସତ୍ୟା ନିୟୁଜ) ,
କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ନିଆଯାଇଥିବା ପଦକ୍ଷେପ ଯୋଗୁଁ କିପରି ଏକ ପରିବାର ଛାରଖାର ହୋଇ ଯାଉଛି ତା ସୁନ୍ଦରଗଡର ଏହି ଘଟଣାରୁ ବେଶ ଜାଣି ହେଉଛି। ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀ ଓଢଣୀ ରେ ତାଙ୍କ ସ୍ୱାମୀଙ୍କ ତଣ୍ଟି ଚିପି ହତ୍ୟା କରିଛି। ତା ପୁଣି ନିଜର ଛୋଟ ଛୋଟ ପୁଅ ଝିଅଙ୍କ ସମ୍ମୁଖରେ। ସ୍ୱାମୀ ପରଲୋକରେ ଏବଂ ନିଜେ ସ୍ୱାମୀ ହତ୍ୟାକାରୀ ସ୍ତ୍ରୀ ଜେଲ ରେ। ଏବେ ଦୁଇ ଛୋଟ ଛୋଟ ପୁଅ ଝିଅ ନିରାଶ୍ରୟ ହୋଇ ରହୁଛନ୍ତି ନିଜ ଜେଜେଙ୍କ ପାଖରେ।
ଏହି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ଶ୍ରୀରାମ ନଗରରେ। ସୁନ୍ଦରଗଡ ସମନ୍ବିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକଙ୍କ ଡ୍ରାଇଭର ହେମନ୍ତ ବାଗ ନିଜ ସ୍ତ୍ରୀ ସରିତା ବାଗ ଙ୍କ ସହ ଶ୍ରୀରାମ ନଗରରେ ରହୁଥିଲେ। ତାଙ୍କର ୭ ବର୍ଷୀୟ ଝିଅ ଏବଂ ଚାରି ବର୍ଷୀୟ ପୁଅ ଅଛନ୍ତି। ଗତ ୨୩ ତାରିଖ ବୁଧବାର ରାତିରେ ଭାତ ରନ୍ଧା କୁ କେନ୍ଦ୍ର କରି ସ୍ୱାମୀ , ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ର କିଛି ସମୟ ପରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ ସରିତା ନିଜ ଓଢଣୀରେ ସ୍ୱାମୀ ହେମନ୍ତଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। ଏହି ସବୁ ଘଟଣା ନିଜ ଛୋଟ ଛୋଟ ପିଲାଙ୍କ ସମ୍ମୁଖରେ ହୋଇଥିଲା। ପରେ ସରିତା ସ୍ୱାମୀଙ୍କୁ ୧୦୮ ଆମ୍ବୁଲାନ୍ସରେ ହସପିଟାଲ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାପରେ ସରିତା ଏ ବାବଦ ରେ ତାଙ୍କ ଶ୍ୱଶୁର ଘରକୁ ସୂଚନା ଦେଇ ପିଲା ଦୁଇ ଜଣଙ୍କ ସହ ଥାନାରେ ଆତ୍ମସମର୍ପଣ କରିଥିଲେ। ପୋଷ୍ଟମର୍ଟମ ପରେ ପୋଲିସ ଏକ ହତ୍ୟା ମାମଲା ରଜ୍ଜୁ କରି ଘଟଣାର ତଦନ୍ତ କରୁଛନ୍ତି। ପିଲା ଦୁଇଜଣଙ୍କୁ ପୋଲିସ ହେମନ୍ତଙ୍କ ପରିବାରବର୍ଗକୁ ହସ୍ତାନ୍ତର କରିଛନ୍ତି।

Leave A Reply

Your email address will not be published.