ରାଉରକେଲା : ପଲସର ଲୁଟେରାଙ୍କ ଆତଙ୍କ ଜାରି।। ଗତକାଲି ୧୫ ଲକ୍ଷ ପରେ ଆଜି ପୁଣି ଲୁଟି ନେଲେ ୫ ଲକ୍ଷ।

0 390

ରାଉରକେଲା ରେ ପୁଣି ପଲସର ବାଇକ ଲୁଟେରା ଙ୍କ ଆତଙ୍କ। ଗତକାଲି ପଲସର ବାଇକ ଲୁଟେରା ଜଣେ ବ୍ୟବସାୟୀଙ୍କ ୧୫ ଲକ୍ଷ ଟଙ୍କା ଲୁଟି ନେଇଥିବା ବେଳେ ମଙ୍ଗଳବାର ଦିନ ଜଣଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଆଜି ଲୁଟ ର ଶିକାର ହୋଇଛନ୍ତି ଜଣେ କାରଖାନା ମାଲିକଙ୍କ କର୍ମଚାରୀ। ଶିବନ୍ୟା ଇଣ୍ଡଷ୍ଟ୍ରୀ ର କର୍ମଚାରୀ ପ୍ରଦୀପ ଜେଲ
ଏଚ ଡି ଏଫ ସି ବ୍ୟାଙ୍କ ରୁ ୫ ଲକ୍ଷ ଟଙ୍କା ନେଇ ଆସୁଥିବା ବେଳେ ରିଙ୍ଗ ରୋଡ଼ ରେ ଲୁଟର ଶିକାର ହୋଇଥିଲେ। ପ୍ରଦୀପ ବାଇକ ରେ ଯାଉଥିବା ବେଳେ ପଲସର ବାଇକ ରେ ଦୁଇ ଜଣ ଦ୍ରୁବୃତ୍ତ ଆସି ତାଙ୍କ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟି ନେଇଥିଲେ। ଗତକାଲି ର ଲୁଟେରା ମନେ ଲାଲ ପଲସର ରେ ଥିବା ବେଳେ ଆଜି କଳା ପଲସର ରେ ଥିଲେ। ପ୍ଲାଣ୍ଟସାଇଟ ପୋଲିସ ବିଭିନ୍ନ ସ୍ଥାନରେ ବ୍ଲକେଡ଼ କରି ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.