୧୪୩ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ସକାଳେ ଏକ କାର ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ୪ ଜଣ ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ବରଘାଟ ନିକଟରେ ଏହି ଦୁର୍ଘଟଣା ଘଟିଛି। କାରରେ ୪ ଜଣ ପୁରୀରୁ ରାଉରକେଲା ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଘନ କୁହୁଡି ଯୋଗୁଁ କାର ଡିଭାଇଡର ରେ ପିଟି ହୋଇ ଯାଇଥିବା କୁହାଯାଉଛି। ପ୍ରଥମେ ଆହତଙ୍କୁ ଲହୁଣୀପଡା ହସପିଟାଲ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ଲାଗି ପରେ ରାଉରକେଲା ପଠାଯାଇଛି। ପୋଲିସ ତଦନ୍ତ ଜାରି ରହିଛି।