ଗୁଳିମାଡରେ ଆହତ ଯୁବକଙ୍କ ହସପିଟାଲରେ ମୃତ୍ୟୁ ପରେ ଝିରିପାଣି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଗୁଳି ମାରିଥିବା ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ ଦାବିରେ ପରିବାର ବର୍ଗ ଏବଂ ସ୍ଥାନୀୟ ଲୋକମାନେ ଝିରିପାଣି ଥାନା ନିକଟରେ ଧାରଣା ଦେଇଛନ୍ତି। ଜମି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି। ରବିବାର ସକାଳେ ଝିରିପାଣିର ଯୁବକ ବାଞ୍ଛାନିଧି ତନ୍ତି ଙ୍କୁ ଗୁଳିମାଡ଼ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଭିଯୁକ୍ତ ଧରା ନପଡିବା ପର୍ଯ୍ୟନ୍ତ ଶବ ନେବେ ନାହିଁ ବୋଲି ପରିବାର ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଝିରିପାଣି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକ ଏବଂ ସମ୍ପର୍କୀୟ ମାନେ ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ନିକଟରେ ଧାରଣା ଦେଇଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।