ରାଉରକେଲା : ଆସନ୍ତାକାଲି ଦୀପାବଳୀ।। ପୂଜା ସାମଗ୍ରୀ କିଣିବାକୁ ବଜ଼ାରରେ ପ୍ରବଳ ଭିଡ। ବିଭିନ୍ନ ପେଣ୍ଡାଲ ରେ କାଳୀ ପୂଜା ଲାଗି ପ୍ରସ୍ତୁତି ଶେଷ।
ଆସନ୍ତାକାଲି ଦୀପାବଳୀ। ଏଥିଲାଗି ଚଳଚଞ୍ଚଳ ହୋଇଯାଇଛି ଇସ୍ପାତ ସହର ରାଉରକେଲା। ଦୀପାବଳୀ ଲାଗି ପୂଜା ସାମଗ୍ରୀ କିଣିବାକୁ ବଜ଼ାରରେ ପ୍ରବଳ ଭିଡ। ଆଜି ଧନତେରସ ଥିବାରୁ ବାସନ କୁସନ ଏବଂ ସୁନା ଦୋକାନରେ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଥିଲା। ଲୋକମାନେ ନିଜ ନିଜ ଘରକୁ ଆଲୋକ ମାଳରେ ରେ ସଜାଇବା ସହ ଆଜିଠାରୁ ଦୀପ ଲଗାଇଛନ୍ତି। ଘର ସାଜ୍ଜସଜ୍ଜା ସାମଗ୍ରୀ ସହ ଫୁଲର ବଜ଼ାର ମଧ୍ୟ ଦୀପାବଳୀ ଲାଗି ରାସ୍ତା କଡରେ ଲାଗିଲାଣି। ଭିଡକୁ ଦେଖି ଡେଲି ମାର୍କେଟ ଅଞ୍ଚଳରେ ଅତିରିକ୍ତ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ଦୀପାବଳୀ ସହ କାଳୀପୂଜା ମଧ୍ୟ ସୋମବାର ରାତି ରେ କରାଯିବ। ସେଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବିଭିନ୍ନ ପେଣ୍ଡାଲ ରେ କାଳୀ ପୂଜା ଲାଗି ସାଜ୍ଜସଜ୍ଜା ଆରମ୍ଭ ହୋଇଯାଇଛି।